ଆଜି ନେତାଜୀ ଜୟନ୍ତୀ : ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ ଝୁରୁଛି ଦେଶ

କଟକରେ ଭାସ୍କର୍ଯ୍ୟକଳାରେ ଓଡିଆ ପୁଅକୁ ନିଆରା ଶ୍ରଦ୍ଧାଞ୍ଜଳୀ

133

କନକ ବ୍ୟୁରୋ : ୧୨୫ ତମ ନେତାଜୀ ଜୟନ୍ତୀରେ ନିଆରା ଶ୍ରଦ୍ଧାଞ୍ଜଳି । ସେ ଥିଲେ ଓଡିଶାର ପୁଅ । କଟକ ମାଟି, ପାଣି, ପବନରେ ବଢି ମାଟ୍ରିକ ପାସ କରିବା ସହ ଉଚ୍ଚଶିକ୍ଷା ପାଇଁ କୋଲକାତା ଚାଲିଗଲେ । ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ସାଜିବା ପରେ ହୋଇଗଲେ ଜାତିର ସଂପତି । ୧୮୯୭ ଜାନୁଆରୀ ୨୩ରେ ଜନ୍ମିତ ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ପାଇଁ ଏବେ କଟକ ହୋଇଛି ଉତ୍ସବ ମୁଖର । ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।

ନେତାଜୀଙ୍କ ଅବଦାନକୁ ନେଇ ୧୫ ଜଣ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପ୍ରସ୍ତୁତ କରିଛନ୍ତି ୧୫ଟି ଭାସ୍କର୍ଯ୍ୟ କଳା । ଏହା ନେତାଜୀ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି । ଏହି ୧୫ଜଣ ଶିଳ୍ପୀ ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ ତଥା ବିଶେଷ ଘଟଣା ସଂବନ୍ଧୀୟ ମୃଣ୍ମୟ କଳାକୃତି ଗୁଡିକ ତିଆରି କରିଛନ୍ତି । ୧୨୫ତମ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟର ୪ ନମ୍ବର ଗ୍ୟାଲେରୀରେ ଏଗୁଡିକୁ ତିଆରି କରାଯାଇଛି । ସେହିପରି ସିଡିଏସ୍ଥିତ ଆରଆର ସେଂଟରରେ ନେତାଜୀଙ୍କ ମାଟିର ମୂର୍ତି ଗଢାଯାଇଛି । ୧୨୫ତମ ଜୟନ୍ତୀରେ ୧୨୫ଟି ଅନୁଷ୍ଠାନରେ ମୂର୍ତି ଗଢି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଉଛି ।