ହିମାଳୟର ବରଫ ବର୍ଷାରେ ଏମିତି ଚାଲିଛି ଟିକାକରଣ : ଏଲଓସି ନିକଟରୁ ଆସିଲା ସ୍ୱାସ୍ଥ୍ୟକର୍ମୀଙ୍କ ସଂଘର୍ଷର ଚିତ୍ର

76

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଦେଶର ସୀମାବର୍ତ୍ତୀ ଅଂଚଳରେ କେମିତି ଚାଲିଛି କରୋନା ବିରୋଧରେ ଲଢେଇ । କେମିତି ଚାଲିଛି ଟିକାକରଣ, ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ହିମାଳୟରେ ଜାରି ରହିଛି ବରଫ ବର୍ଷା । ଚାରିଆଡେ କେବଳ ବରଫର ଧଳା ଚାଦର ବିଛାଡି ହୋଇ ପଡିଛି । ଏହାରି ଭିତରେ ଜୀବନକୁ ବାଜି ଲଗାଇ ଭାରତୀୟ ସେନା ସାଥୀରେ ଦେଶର ସୀମାବର୍ତ୍ତୀ ଅଂଚଳରେ ଲୋକଙ୍କୁ କରୋନା ଟିକା ଦେଉଛନ୍ତି ସ୍ୱାସ୍ଥ୍ୟକର୍ମୀ ।

ବାରମୁଲ୍ଲା ଜିଲ୍ଲା ଏଲଓସିର ବୋନିୟାର ଅଂଚଳର ଦୃଶ୍ୟ । ଭାରତୀୟ ସେନା ବରଫ ଭିତରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ବାଟ କଢାଇ ନେଇଥିଲେ । ଖୁବ୍ ଛୋଟିଆ ସରୁ ରାସ୍ତା ଦେଇ ଯିବାକୁ ପଡିଥିଲା କରୋନା ଯୋଦ୍ଧାଙ୍କୁ । ସୀମା ସୁରକ୍ଷାର ଭାର ସଂଭାଳିଥିବା ଯବାନଙ୍କ ସହିତ କରୋନା ଯୋଦ୍ଧାଙ୍କ ଏ ମିଳିତ ଉଦ୍ୟମ ସୀମା ବର୍ତି ଅଂଚଳରେ ଅନେକ ଲୋକଙ୍କୁ କରୋନା ଟିକାର ଡୋଜ୍ ପହଁଚାଇବାରେ ସହାୟକ ହୋଇଛି । କେନ୍ଦ୍ର ସରକାର ସମସ୍ତଙ୍କ ନିକଟରେ ଟିକା ପହଁଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି କ୍ରମରେ ଦେଶର ଟିକା ନେଇନଥିବା ସମସ୍ତ ଲୋକଙ୍କ ନିକଟରେ ସ୍ୱାସ୍ଥକର୍ମୀ ପହଁଚି ଟିକା ଦେବାକୁ ଉଦ୍ୟମ କରୁଛନ୍ତି ।