ନୟାଗଡ ଜିଲ୍ଲାରେ ଚାଂଚଲ୍ୟ : ନିଖୋଜ ଶିଶୁକନ୍ୟାକୁ ହତ୍ୟା, ପାଖ ଗାଁ ଜଙ୍ଗଲରୁ ମିଳିଲା ମୃତଦେହ ଉଦ୍ଧାର; ୫ ଦିନ ହେଲା ନିଖୋଜ ଥିଲା ଶିଶୁକନ୍ୟା

232

କନକ ବ୍ୟୁରୋ : ନିଖୋଜ ଶିଶୁ କନ୍ୟାକୁ ହତ୍ୟା ଅଭିଯୋଗ । ନୟାଗଡ଼ ବାଣିଗୋଛା ଥାନା ଅଧୀନସ୍ଥ ନୂଆଗାଁ ପଂଚାୟତର ଧୁନ୍ଦୁଗାଡ଼ିଆ ଗାଁର ୬ବର୍ଷର ଶିଶୁ କନ୍ୟାକୁ ହତ୍ୟା କରାଯାଇଛି । ନିଖୋଜର ୫ଦିନ ପରେ ପୁଲିସ ଗାଁ ପାଖ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରିଛି । ତେବେ ପିଲାଟିର ମୁଣ୍ଡ ଓ ଗଣ୍ଡିକୁ ଭିନ୍ନ ଭିନ୍ନ ସ୍ଥାନରୁ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସୁଚନା ଅନୁସାରେ, ପିଲାଟି ଗତ ୧୨ ତାରିଖ ମଧ୍ୟାହ୍ନରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ତେବେ ୫ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ସୁରାକ ମିଳିନଥିଲା । ପୋଲିସ, ସାଇଂଟିଫିକ୍ ଟିମ୍ ଜଙ୍ଗଲ ଠାରୁ ଆରମ୍ଭ କରି ପୋଖରୀ, ନାଳ ପ୍ରଭୃତି ଖୋଜା ଖୋଜି କରିଥିଲେ । କିନ୍ତୁ ପିଲାଟିର କୌଣସି ସୁଚନା ପାଇନଥିଲେ । ସନ୍ଦେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ସେମାନଙ୍କ ସୁଚନା ଅଧାରରେ ପୋଲିସ ଗାଁ ପାଖ ଜଙ୍ଗଲରୁ ମୃତଦେହ ଜବତ କରିଛି ।