କରୋନା ଉଜାଡିଦେଲା ଜୀବିକା : ଫୁଲବାଣୀ ସହରରେ ୫ଟି ବସର ମାଲିକ ବିକୁଛନ୍ତି ପରିବା; ଲକଡାଉନ ଯୋଗୁଁ ରାସ୍ତା କଡରେ ଠିଆହୋଇ ଖତ ଖାଇଲାଣି ଗାଡି

232

କନକ ବ୍ୟୁରୋ : କରୋନା ଉଜାଡି ଦେଇଛି ଜୀବିକା । ଆୟର ରାସ୍ତା ବନ୍ଦ ହୋଇଯିବାରୁ ୫ଟି ବସର ମାଲିକ ରାସ୍ତା କଡରେ ପରିବାର ବିକ୍ରି କରୁଛି । ଏଭଳି ଘଟଣା ଘଟିଛି ଫୁଲବାଣୀ ସହରରେ ରହୁଥିବା ପଂଚାନନ ସାହୁଙ୍କ କ୍ଷେତ୍ରରେ । ୫ଟି ବସର ମାଲିକ ପଂଚାନନ ଆଜି ଖରାରେ ରାସ୍ତା କଡରେ ବସି ପରିବା ବିକ୍ରି କରୁଛି ।

୨୦/୨୫ ଜଣଙ୍କୁ ନିଯୁକ୍ତି ଦେଇଥିବା ପଂଚାନନ ବର୍ତମାନ ପରିବା ନ ବିକିଲେ ଘର ଚଳିବନି ବୋଲି କହିଛନ୍ତି । ଏପଟେ ରାସ୍ତା କଢରେ ଗାଡି ଗୁଡିକ ଠିଆ ହୋଇ ଖତ ଖାଇଗଲାଣି । ଗାଡି ଗୁଡିକ ଆଉ ଚାଲିବା ଯୋଗ୍ୟ ହେବନି ଇଞ୍ଜିନ,ବ୍ୟାଟେରୀ ସବୁ ନଷ୍ଟ ହୋଇଯିବ ତେଣୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ପଂଚାନନ ।