ମାଟ୍ରିକ ପରୀକ୍ଷାର୍ଥୀ ନିଖୋଜ । ୟୁନିଫର୍ମ ପିନ୍ଧିନଥିବାରୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ମିଳିନଥିଲା ଅନୁମତି

7,333

କନକ ବ୍ୟୁରୋ : ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଇଥିବା ପରୀକ୍ଷାର୍ଥୀ ନିଖୋଜ ଅଭିଯୋଗ । ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଏହି ଅଭିଯୋଗ ଆସିଛି । ଦଶପଲ୍ଲା ରାଧାମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ର ପ୍ରଦୀପ ନାୟକ । ସେ ୟୁନିଫର୍ମ ପିନ୍ଧିନଥିବାରୁ ପରୀକ୍ଷା ହଲକୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ସେବେଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ । ଏନେଇ ପରିବାର ଲୋକେ କୌଣସି ଲିଖିତ ଅଭିଯୋଗ କରିନଥିଲେ ବି ଗଣମାଧ୍ୟମରୁ ଖବର ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦଶପଲ୍ଲା ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ପ୍ରଦୀପଙ୍କ ଘର ସମେତ ଅନ୍ୟ ସ୍ଥାନରେ ଖୋଜିବା ଆରମ୍ଭ କରିଛି ।

ତେବେ ମିଳିଥିବା ସୂଚନା ଅନୁସାରେ, ନିଖୋଜ ହୋଇଥିବା ଛାତ୍ର ଜଣଙ୍କ ଗରିବ ପରିବାର । ଆର୍ଥିକ ଅଭାବ ଦୃଷ୍ଟିରୁ ସେ ୟୁନିଫର୍ମ କିଣିପାରିନଥିଲେ । ତେଣୁ ସେ ଅନ୍ୟ ପୋଷାକରେ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ । ପରୀକ୍ଷାକେନ୍ଦ୍ରରେ ଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ବାରଣ କରିଥିଲେ । ତା ପରଠୁ ଛାତ୍ର ଜଣଙ୍କର କୌଣସି ପତ୍ତା ମିଳୁନଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି