ଥଣ୍ଡା, ଜର, କାଶକୁ ହାଲୁକାରେ ନିଅନ୍ତୁ ନାହିଁ, ବିପଦ ସାଜୁଛି ଇନଫ୍ଲ୍ୟୁଏଞ୍ଜା। କର୍ଣ୍ଣାଟକ, ହରିଆଣାରେ ଏଚ୩ଏନ୨ରେ ଦୁଇ ଜଣଙ୍କର ମୃତ୍ୟୁ।

186

କନକ ବ୍ୟୁରୋ: ଦେଶରେ ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢିବାରେ ଲାଗିଛି । ଚିନ୍ତାର ବିଷୟ ଏହା ଯେ ଏଚ୩ଏନ୨ ଭୂତାଣୁ ଯୋଗୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବ୍ୟକ୍ତିଙ୍କର ହରିଆଣାରେ ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ କର୍ଣ୍ଣାଟକରେ ହୋଇଛି । ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି ଏଚ୧ଏନ୧ର ୮ଟି ମାମଲା ସାମ୍ନାକୁ ଆସିଛି । ଇନଫ୍ଲ୍ୟୁଏଞ୍ଜା ତିନି ପ୍ରକାରର ହୋଇଥାଏ । ଏଗୁଡିକ ହେଉଛି ଏଚ୧ଏନ୧, ଏଚ୩ଏନ୨, ଇନଫ୍ଲ୍ୟୁଏନଞ୍ଜା ବି । ଭାରତରେ ବର୍ତ୍ତମାନ ଦୁଇ ପ୍ରକାରର ଇନଫ୍ଲ୍ୟୁଏଞ୍ଜା ଭୂତାଣୁ ଏଚ୧ଏନ୧, ଏଚ୩ଏନ୨ ଭୂତାଣୁ ଦେଖିବାକୁ ମିଳିଛି ।

ସାରା ଦେଶରେ ଇନଫ୍ଲ୍ୟୁଏଞ୍ଜାର ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଅଧିକ ମାମଲା ଏଚ୩ଏନ୨ର ଥିବା ଦେଖିବାକୁ ମିଳିଛି । ଏହି ଭୂତାଣୁ ହଂକଂ ଫ୍ଲୁ ଭାବେ ମଧ୍ୟ ବେଶ ପରିଚିତ । ସାଧାରଣ ଭାବେ ଇନଫ୍ଲ୍ୟୁଏଞ୍ଜାରେ କାଶ, ଥଣ୍ଡା, ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । କଫର ମଧ୍ୟ ସାମ୍ନା କରିଥାନ୍ତି ସାଧାରଣ ଲୋକେ । ରୋଗୀର ଗଳାର ମଧ୍ୟ କଷ୍ଟ ହୋଇଥାଏ, ମୁଣ୍ଡ ବିନ୍ଧା ହୋଇଥାଏ । ଏହା ଛଡା ଡାଇରିଆର ମଧ୍ୟ ଶିକାର ହୋଇଥାଏ ରୋଗୀ ।

ହରିଆଣାରେ ଏହି ଭୂତାଣୁର ମାମଲା ବଢିଚାଲିଛି । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି । ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି ।