ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ପରେ ନବୀନଙ୍କ କ୍ୟାବିନେଟ୍ ଉପରେ ନଜର । ରଥଯାତ୍ରା ପରେ ହୋଇପାରେ ବଡ଼ଧରଣର ଅଦଳବଦଳ 

280

କନକ ବ୍ୟୁରୋ: ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ବ୍ୟାପକ ଅଦଳବଦଳ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣକୁ ନେଇ ପାୱ।ର କରିଡରରେ ଚର୍ଚ୍ଚା । ରଥଯାତ୍ରା ସରିବା ପରେ ଯେକୈାଣସି ମୁହୁର୍ତ୍ତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ । କାହାକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ, କିଏ ଭରସା ହରାଇବ, ନୂଆ ମୁହଁ ଭାବେ କାହାକୁ ଭରସିବେ ନବୀନ, ନା ଅଭିଜ୍ଞତାକୁ ଦେବେ ଗୁରୁତ୍ୱ, ସେନେଇ ତିଆରି ଚାଲିଛି ରିପୋର୍ଟ ।

ସୂଚନା ଅନୁସାରେ ୬ରୁ ୭ ଜଣ ମନ୍ତ୍ରୀଙ୍କୁ ବାଦ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ପାଖାପାଖି ୮ରୁ ଉଦ୍ଧ୍ୱର୍ ମନ୍ତ୍ରୀଙ୍କର ବିଭାଗ ପରିବର୍ତନ ହୋଇପାରେ । ୨ ବର୍ଷ ଭିତରେ ମନ୍ତ୍ରୀଙ୍କ ପ୍ରଦର୍ଶନ, ଦକ୍ଷତାକୁ ନେଇ ରିର୍ପୋଟ କାର୍ଡ ପ୍ରସ୍ତୁତ ହେଉଛି ।

ଚର୍ଚ୍ଚା ଚାଲିଛି, ବାଚସ୍ପତି ଥିବା ସୁର୍ଯ୍ୟନାରାୟଣ ପାତ୍ର ନବୀନଙ୍କ କ୍ୟାବିନେଟକୁ ଆସିପାରନ୍ତି । ତାଙ୍କୁ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ପାହ୍ୟା ଦେଇ ଗଂଜାମ ରାଜନୀତିକୁ ଶାଣିତ କରିବା ଉପରେ ଚର୍ଚ୍ଚା ଚାଲିଛି । ଏହାର ଅର୍ଥ ମୈାସୁମୀ ଅଧିବେଶନରେ ନୁ।। ବାଚସ୍ପତିଙ୍କୁ ଦେଖିବାକୁ ମିଳିପାରେ । କୁହାଯାଉଛି, ଏଥିପାଇଁ ପ୍ରମିଳା ମଲ୍ଲିକ, ନିରଂଜନ ପୁଜାରୀ ଏବଂ ପ୍ରଦୀପ ଅମାତଙ୍କ ନାଁ ଚର୍ଚ୍ଚାରେ ରହିଛି ।

ଯଦି ପ୍ରମିଳା ମଲ୍ଲିଲ ବାଚସ୍ପତି ହୁଅନ୍ତି ଶାସକ ଦଳ ମୁଖ୍ୟ ସଚେତକ ବଦଳିବେ । ଏଥିପାଇଁ ଅମର ଶତପଥୀଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ଯଦି ନିରଂଜନ ପୁଜାରୀ ବାଚସ୍ପତି ହୁଅନ୍ତି, ତେବେ କ୍ୟାବିନେଟରେ ଅର୍ଥମନ୍ତ୍ରୀ କିଏ ହେବେ, ତାଉପରେ ନଜର ।

ବିଭିନ୍ନ ଦିଗକୁ ନେଇ ନୂଆମନ୍ତ୍ରୀ ମଣ୍ଡଳ ତାଲିକା ପ୍ରସ୍ତୁତ କରାଯାଉଛି । ମୋଦିଙ୍କ କ୍ୟାବିନେଟରେ ବ୍ୟାପକ ପରିବର୍ତ୍ତନ ଭଳି ନବୀନ ଏକ ଆମୁଳ ଚୁଳ ପରିବର୍ତ୍ତନ କରିପାରନ୍ତି ।

ସୁଚନା ଅନୁସାରେ, ଏଥର ଅଭିଜ୍ଞତା କ୍ୟାବିନେଟରେ ଗୁରତ୍ୱ ପାଇପାରେ । ପଂଚମ ପାଳିରେ ନବୀନ ଯୁବ ଚେହେରାଙ୍କୁ ଗୁରୁତ୍ୱ ଦେଇଥିବା ବେଳେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ।

ଚର୍ଚ୍ଚା ଅନୁସାରେ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ପ୍ରଶାନ୍ତ ମୁଦୁଲି, ଭୁପିନ୍ଦର ସିଂହ, ରୋହିତ ପୂଜାରୀ ମଧ୍ୟ କ୍ୟାବିନେଟକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ବଡ କଥା ହେଉଛି, ଯେଉଁମାନେ ବିବାଦୀୟ ଅଛନ୍ତି କିମ୍ବା ବିଭାଗକୁ ସଠିକ ଭାବେ ଆଗେଇ ନେଇପାରିନାହାନ୍ତି, ସେମାନଙ୍କୁ ନବୀନ ବାଦ୍ ଦେବେ । ଉଭୟ ମାପଦଣ୍ଡରେ କିଛି ବଡ ନେତା ମଧ୍ୟ ବାଦ୍ ପଡିବାର ସମ୍ଭାବନା ରହୁଛି ।