ଶ୍ରୀକ୍ଷେତ୍ରରେ ଠାକୁର, ସିଙ୍ଗାପୁରରେ ଶ୍ରଦ୍ଧାଳୁ । ଡିଜିଟାଲ ଯୁଗରେ ଅନଲାଇନ ଦର୍ଶନ । ଭିଡିଓ କଲିଂ ଜରିଆରେ ମହାପ୍ରଭୁଙ୍କୁ ଦର୍ଶନ କରାଉଛନ୍ତି ସେବାୟତ

96

କନକ ବ୍ୟୁରୋ: ସତରେ, ଇଚ୍ଛା ଥିଲେ ବାଟ ଆପେ ଆସେ । ଭଗବାନଠାରୁ ଭକ୍ତକୁ ଦୂରେଇ ଦେଇଛି ଭୂତାଣୁ । କିନ୍ତୁ ଭଗବାନ ପାଖରେ ପହଂଚିବା ପାଇଁ ନୂଆ ନୂଆ ବାଟ ବାହାର କରିଛନ୍ତି ଭକ୍ତ । କରୋନା କାଳରେ ଶ୍ରୀକ୍ଷେତ୍ରକୁ ଆସି ଠାକୁର ଦର୍ଶନ କରିବା ସିନା ସଂଭବ ହୋଇନି, ହେଲେ ଡିଜିଟାଲ ଯୁଗରେ ଅନଲାଇନରେ ଦର୍ଶନ କରିଛନ୍ତି ଭକ୍ତ । ଆଉ ଭକ୍ତଙ୍କୁ ଏହି ସୁବିଧା ଦେଇଛନ୍ତି ସେବାୟତ ।

ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ଦର୍ଶନ କରଯାଉଥିବା ସେବାୟତ, ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ କେମିତି ବା ଏକୁଟିଆ ଛାଡ଼ି ଦେଇଥାନ୍ତେ । କରୋନା ଯୋଗୁଁ ଦେଶ ଓ ବିଦେଶର ଭକ୍ତ ପୁରୀ ସିନା ଆସି ନାହାଁନ୍ତି । କିନ୍ତୁ ସେହି ସବୁ ଭକ୍ତଙ୍କ ସହ ସମ୍ପର୍କିତ ଥିବା ସେବାୟତଙ୍କୁ ଭିଡିଓ କଲ୍ ଜରିଆରେ ଠାକୁର ଦର୍ଶନ କରାଇଛନ୍ତି ।