ଆଉ ନୀରବ ରହୁ ନାହାଁନ୍ତି ନବୀନ : ପୁଣି କେନ୍ଦ୍ର ସରକାରଙ୍କୁ କଲେ ଟାର୍ଗେଟ୍

33

କନକ ବ୍ୟୁରୋ : ସାଧାରଣତଃ ଜାତୀୟ ରାଜନୀତି ଉପରେ ମନ୍ତବ୍ୟ ରଖୁନଥିବା ନବୀନ ଏବେ ତାଙ୍କ ଆଭିମୁଖ୍ୟର ପରିବର୍ତ୍ତନ କରିଛନ୍ତି । ବିମୁଦ୍ରାକରଣ ଏବଂ ଜିଏସଟି ଲାଗୁ ପରେ ଜାତୀୟ ଅଭିବୃଦ୍ଧି ହାର କମିବା ଏବଂ ମୋଦି ସରକାର ବିରୋଧରେ ବିଭିନ୍ନ ମହଲରେ ସ୍ୱର ଉଠିବା ପରେ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କିଛି ଦିନ ପୂର୍ବରୁ ଏହି ପଦଯାତ୍ରାରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ନବୀନ ।

ଗତ ୮ ତାରିଖରେ ବିଜେପିର ନାଁ ନଧରି ଜାତୀୟ ଦଳ ଗୁଡ଼ିକ ବିକାଶ ମିଛ ଚିତ୍ର ଦେଖାଉଛନ୍ତି ବୋଲି ଅଭିଯୋଗ କରବା ପରେ ଆଜି କହିଛନ୍ତି ସବୁକ୍ଷେତ୍ରରେ ଦେଶରେ ଅନିଶ୍ଚିତାର ବାତାବରଣ ସୃଷ୍ଟି ହୋଇଛି । ତେବେ କେଉଁ କ୍ଷେତ୍ରରେ ଅନିଶ୍ଚିତତାର ବାର୍ତ୍ତାବରଣ ସୃଷ୍ଟି ହୋଇଛି ତାହା ନବୀନ ସୃଷ୍ଟ କରିନଥଲେ ମଧ୍ୟ ମୋଦି ସରକାରଙ୍କ ବିରୋଧରେ ନବୀନ ଜାତୀୟ ସ୍ତରରେ ବିରୋଧୀ ଭୁମିକାରେ ରହିବା ନେଇ ସଙ୍କେତ ଦେଉଥିବାର ଚର୍ଚ୍ଚା ହେଉଛି । ଗୋଟିଏ ପରେ ଗୋଟିଏ ଘଟଣାରେ ନବୀନ ତାଙ୍କ ଆଭିମୁଖ୍ୟକୁ କଠୋର କରୁଥିବା ବେଳେ ଆଗକୁ ଜାତୀୟ ରାଜନୀତିରେ ବିଜେଡ଼ି କ’ଣ ଭୂମିକା ନେଇପାରେ ତାହାକୁ ନେଇ ଚର୍ଚ୍ଚାର ଆରମ୍ଭ ହୋଇଛି ।