ଠକିପାରିବେନି କର୍ମଚାରୀ ! ନଗର ନିଗମ କର୍ମଚାରୀଙ୍କ ଗତିବିଧି ଉପରେ ନଜର ରଖିବ ଏହି ହାଇଟେକ ଘଣ୍ଟା ।

53

ମଧ୍ୟପ୍ରଦେଶ ଇଂଦୋରର ନଗର ନିଗମ ନିଜ କର୍ମଚାରୀ ମାନଙ୍କ ପାଇଁ ଏକ ଯାଦୁର ଘଣ୍ଟା ତିଆରି କରିଛନ୍ତି । ଏହି ଘଣ୍ଟା ନଗର ନିଗମ କମିଶନରଙ୍କ ଠାରୁ ଆରମ୍ଭ କରି ଛୋଟ ମୋଟ କର୍ମଚାରୀ ମାନଙ୍କୁ ମଧ୍ୟ ପିନ୍ଧିବାକୁ ଦିଆଯିବ । ଏହି ଘଣ୍ଟା କର୍ମଚାରୀ ମାନଙ୍କ ଶରୀରର ସ୍ପନ୍ଦନ ଶହ ଯୋଡି ହୋଇ ରହି କାର୍ଯ୍ୟ କରିବ । କର୍ମଚାରୀ ମାନେ ଠିକ ଭାବେ କାମ କରୁଛନ୍ତି କି ନାହିଁ ତାହା ମଧ୍ୟ ନଗର ନିଗମକୁ ସୂଚାଇଦେବ । ଯଦି କୌଣସି କର୍ମଚାରୀ ଘଣ୍ଟାକୁ ନିଜ ହାତରୁ ଓଲ୍ୱାଇ ଅନ୍ୟକୁ ପିନ୍ଧିବାକୁ ଚେଷ୍ଟା କରନ୍ତି ତାହାଲେ ମଧ୍ୟ ଏହି ଘଣ୍ଟା କଣ୍ଟ୍ରୋଲ ସେଣ୍ଟରକୁ ସନ୍ଦେଶ ପଠାଇ ଦେବ ।

ଇନ୍ଦୋର ନଗର ନିଗମ ନିଜ କର୍ମଚାରୀ ମାନଙ୍କୁ ଏହି ଘଣ୍ଟା ପିନ୍ଧାଇବାର ସମ୍ପୁର୍ଣ୍ଣ ବନ୍ଦୋବସ୍ତ କରିସାରିଛି । ଏହି ମାସ ଠାରୁ ଏହାର ବ୍ୟବହାର ଆରମ୍ଭ କରିଦିଆଯିବ । ବହୁପଜୋଗୀ ଇମଟ୍ରାକ ଘଣ୍ଟାକୁ ବାଙ୍ଗାଲୋର ସ୍ଥିତ ଭାରତ ସରକାରଙ୍କ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଇଣ୍ଡିଆନ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ ବିକସିତ କରିଛି । ଏଥିରେ କ୍ୟାମେରା, ସିମ ଏବଂ ଜିପିଏସ ଲୋକେଟର ଠାରୁ ଆରମ୍ଭ କରି ଅପରିଚିତ ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ପ୍ଲସ ଡିଟେକ୍ଟର ଏଥିରେ ଲଗାଯାଇଛି । ପ୍ଲସ ଡିଟେକ୍ଟର ବ୍ୟକ୍ତିର ସ୍ପନ୍ଦନକୁ ଅନୁଧ୍ୟାନ କରି ସୂଚନା ଦେଇପାରିବ କି, ଯେଉଁ ବ୍ୟକ୍ତିକୁ ଘଣ୍ଟା ଦିଆଯାଇଛି ସେହି ବ୍ୟକ୍ତି ଘଣ୍ଟାକୁ ବ୍ୟବହାର କରୁଛି କି ଅନ୍ୟ ବ୍ୟବହାର କରୁଛି ।

ନିଗମରେ ପ୍ରାୟ ୧୪ ହଜାର ଅଧିକରୀ ଏବଂ କର୍ମଚାରୀ କାମ କରନ୍ତି । ତେଣୁ ନିଗମ ପ୍ରଥମ ଚରଣରେ ୮ ହଜାର ଘଣ୍ଟା ଅଡର କରିଛି । ଯଦି ଏହି ଘଡି ସଫଳ ପୂର୍ବକ ତାର କାର୍ଯ୍ୟ କରେ ତେବେ ଏହି ଘଣ୍ଟା ସମସ୍ତଙ୍କ ପାଇଁ ଅଡର କରାଯିବ । ସବୁଠାରୁ ବଡ କଥା ହେଉଛି ଏହି ଘଣ୍ଟା ପିନ୍ଧିବା ପରେ ଅଧିକାରୀ କିମ୍ବା କର୍ମଚାରୀ ନିଗମକୁ ଆଉ ଠକି ପାରିବେ ନାହିଁ । ସେ ଅଫିସର ହୁଅନ୍ତୁ କିମ୍ବା କର୍ମଚାରୀ, ଯେଉଁମାନେ ବି ଅଫିସକୁ ଡେରିରେ ଆସନ୍ତି, ଅଧା କାମରୁ ଛାଡି ପଳାନ୍ତି ଏବଂ ଯେଉଁମାନେ ବେଳେ ବେଳେ ଅଫିସ ଆସନ୍ତି ନାହିଁ ସେମାନଙ୍କ ଉପରେ ଏହି ଘଣ୍ଟା ସମ୍ପୁର୍ଣ୍ଣ ନଜର ରଖିବ ।