ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କୁ ନେଇ ଏମିତି କହିଲେ ସାଂସଦ ଅନୁଭବ ମହାନ୍ତି । ପଢନ୍ତୁ ପୂରା ଘଟଣା

89

ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଗଷ୍ଟ ୧୧ରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ ଖାନ୍ । କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବକୁ ନିରାଡମ୍ବର କରିବାକୁ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ତେବେ ଏସବୁ ଭିତରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଇମ୍ରାନଙ୍କ ଭାରତ ପ୍ରତି କଣ ଆଭିମୁଖ୍ୟ ରହିବ ତାହା ଏବେ ସବୁଠୁ ବଡ ପ୍ରଶ୍ନ । କାରଣ ଇମ୍ରାନଙ୍କ ବିଜୟ ପଛରେ ସେନା ଓ ଆଇଏସଆଇର ହାତ ଥିବା ଅଭିଯୋଗ ସାମ୍ନାକୁ ଆସୁଛି ।

anubhav

ତେବେ ଏସବୁ ଭିତରେ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟସଭା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଯେଉଁ ଇମ୍ରାନ ଖାନ୍ ନିର୍ବାଚନ ପୂର୍ବରୁ ଭାରତ ବିରୋଧରେ ବିଷ ଓଗାଳୁଥିଲେ ଏବେ ସେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି । ସାଧାରଣ ନିର୍ବାଚନରେ ଇମ୍ରାନଙ୍କ ଦଳ ବିଜୟୀ ହେବା ସହ ଭାରତ ସହ ବନ୍ଧୁତାର ହାତ ବଢାଇବାକୁ ଉଦ୍ୟମ କରିଛନ୍ତି । ଯାହା ଉଭୟ ଦେଶ ପାଇଁ ଶୁଭ ସଂକେତ । କିନ୍ତୁ ଭାରତ ସହ ଇମ୍ରାନ ଯେଉଁ ବନ୍ଧୁତ୍ୱର ହାତ ବଢାଇଛନ୍ତି ତାହାକୁ ବଜାୟ ରଖିଲେ ହିଁ ବନ୍ଧୁତ୍ୱର ମର୍ଯ୍ୟାଦା ରହିବ । ଏବଂ ଏହାର ପ୍ରଭାବ ଦୁଇ ଦେଶର ସର୍ମ୍ପକ ଉପରେ ପଡିବ । ଏହାଛଡା ପାକିସ୍ତାନ ସେନା ଯେଉଁଭଳି ଭାବେ ଆତଙ୍କବାଦକୁ ପୋତ୍ସାହିତ କରୁଛି ତାହାକୁ ଯେତେଶୀଘ୍ର ବନ୍ଦ କରାଯିବ ସେଥିପ୍ରତି ଇମ୍ରାନ ସରକାର ଧ୍ୟାନ ଦେବା ଆବଶ୍ୟକ । ଏପରିକି ଆତଙ୍କବାଦ ଉପରେ ଯେପରି ପୂର୍ଣ୍ଣଛେଦ ଲଗାଯାଇପାରିବ ତାହା ଉପରେ ନବ ନିର୍ବାଚିତ ସରକାର କାମ କରିବା ଆବଶ୍ୟକ ବୋଲି କହିଛନ୍ତି ଅନୁଭବ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସର୍ମ୍ପକ ସୁଦୃଢ ହେବ ।

ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନ କହିଥିଲେ ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ସବୁଠାରୁ ମୁଖ୍ୟ ପ୍ରସଙ୍ଗ ହେଉଛି କାଶ୍ମୀର । ଯାହାକୁ ନେଇ ଭାରତ ଭାବୁଛି କାଶ୍ମୀରରେ ପାକିସ୍ତାନ ବିଶୃଙ୍ଖଳା କରୁଛି ତ ଅନ୍ୟପଟେ ବଲୁଚିସ୍ତାନରେ ବିଶୃଙ୍ଖଳା ଭାରତ କରୁଛି ବୋଲି ଆମେ ଭାବୁଛୁ ଇମ୍ରାନ ଖାନ କହିଛନ୍ତି । ତେଣୁ ଏଭଳି ସମସ୍ୟାର ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ହେବା ଦରକାର । ଭାରତ-ପାକିସ୍ତାନ ମଧ୍ୟରେ ସୁଃ ସମ୍ପର୍କ ଯୋଡିବା ପାଇଁ ଆପୋଷ ଆଲୋଚନାରେ ହିଁ ସମ୍ଭବ ହୋଇ ପାରିବ । ଯେଉଁଥି ପାଇଁ ଭାରତ ଯଦି ଏକ ପାଦ ଆଗକୁ ବଢ଼ାଏ , ଆମେ ୨ ପାଦ ଆଗକୁ ବଢ଼ାଇବୁ ବୋଲି ଇମ୍ରାନ ଖାନ କହିଛନ୍ତି । ଆମେ ସମ୍ପର୍କ ସ୍ଥାପନ କରିବା ପାଇଁ ଚାହୁଁଛୁ ବୋଲି କହିଥିଲେ ଇମ୍ରାନ।