ଅଗଷ୍ଟ ୧୫ ତାରିଖ ସୋମବାର ସତ୍ତ୍ୱେ ଖୋଲାରହିବ ନନ୍ଦନକାନନ । ସ୍ୱାଧୀନତା ଦିବସ ପଡୁଥିବାରୁ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀଉଦ୍ୟାନ । 

157

କନକ ବ୍ୟୁରୋ: ଅଗଷ୍ଟ ୧୫ରେ ଖୋଲା ରହିବ ନନ୍ଦନକାନନ । ସ୍ୱାଧୀନତା ଦିବସ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଏହି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାରହିବ । ତେବେ ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ହେଲେ ଚଳିତ ସପ୍ତାହର ସୋମବାରରେ ସ୍ୱାଧୀନତା ଦିବସ ପଡୁଥିିବାରୁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିବ । ସୋମବାର ବଦଳରେ ମଙ୍ଗଳବାର ବନ୍ଦ ରହିବ ରାଜ୍ୟର ଏହି ପ୍ରାଣୀ ଉଦ୍ୟାନ । ସୂଚନାଯୋଗ୍ୟ ଯେ, ଆସନ୍ତା ସୋମବାର ସାରା ଦେଶ ପାଳିବାକୁ ଯାଉଛି ୭୫ ତମ ସ୍ୱାଧୀନତା ଦିବସ । ଚଳିତ ବର୍ଷ ଅମୃତ ମହୋତ୍ସବ, ହର ଘର୍ ତ୍ରିରଙ୍ଗା ଭଳି କାର୍ଯ୍ୟକ୍ରମ ସାରା ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବକୁ ଅଧିକ ଜାଗ୍ରତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଟି ଦେଶବାସୀଙ୍କୁ ନିଜ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଆହ୍ୱାନ କରିଛନ୍ତି ।