ସ୍ୱାଧୀନତାର ୭୫ ବର୍ଷ ପୂର୍ତିରେ ଦେଶ ପାଳୁଛି ଅମୃତ ମହୋତ୍ସବ: ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ରାଲି, ସାମିଲ ହେଲେ ନେତା, ଜନତା ଓ ଯବାନ 

151

କନକ ବ୍ୟୁରୋ: ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳୁଛି ସାରା ଦେଶ । ଏହି କ୍ରମରେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ରାଲି ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ରାଜନେତା ଓ ସାଧାରଣ ଜନତା । ଭାରତ ମାତା କି ଜୟ ନାରା ଫାଟିପଡୁଛି ପରିବେଶ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିଜ ଘରେ ପରିବାର ଲୋକଙ୍କ ସହ ମିଶି ଜାତୀୟ ପତାକା ଉଡାଇଛନ୍ତି । ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି ।  ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ତ୍ରିରଙ୍ଗା ରାଲି କରାଯାଇଛି । କଂଗ୍ରେସ ନେତା ତ୍ରିରଙ୍ଗା ଗୌରବ ପଦଯାତ୍ରା କରି ବେରୋଜଗାରୀ, ଦରବୃଦ୍ଧି ଭଳି ସମସ୍ୟାକୁ ଉଠାଇଛନ୍ତି ।

ଓଡିଶାର ରାଉରକେଲାରେ ବିଶାଳ ତ୍ରିରଙ୍ଗା ରାଲି ଦେଖିବାକୁ ମିଳିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଓ ଦଳର ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ । ଶହ ଶହ ଯୁବକ ବାଇକରେ ଜାତୀୟ ପତାକା ଧର୍ି୍ ଶୋଭାଯାତ୍ରା କରିଛନ୍ତି । ସେପଟେ ଜୟପୁର ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ରାଲି କରାଯାଇଛି । ବିଏସଏଫ, କୋବ୍ରା ବାହିନୀର ଯବାନ, ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଛନ୍ତି । ସେହିପରି ମୟୂରଭଂଜ ଉଦଳାରେ ମଧ୍ୟ ସାଧାରଣ ଜନତା ଓ ବିଭିନ୍ନ ସଂଗଠନ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଛନ୍ତି । ସେପଟେ ରାଇରଙ୍ଗପୁରରେ ସ୍କୁଲ ଛାତ୍ରଛାତ୍ରୀ ୩ଶହ ଫୁଟର ତ୍ରିରଙ୍ଗା ପତାକା ଧରି ତ୍ରିରଙ୍ଗା ରାଲି କରିଛନ୍ତି ।

ହର ଘର ତିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ସବୁ ବର୍ଗର ଲୋକେ ସାମିଲ ହେଉଥିବା ବେଳେ ଭୁବନେଶ୍ୱରରେ ସିଆରପିଏଫ ଯବାନ ଜାତୀୟ ପତାକା ଧରି ବାଇକ ରାଲି କରିଛନ୍ତି । ସେପଟେ ଛତିଶଗଡ଼ରେ ସିଆରପିଏଫ ଯବାନମାନେ ବାଇକ୍ ରାଲି କରିଥିବା ବେଳେ ଆଇଟିବିପିର ଯବାନମାନେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରିଛନ୍ତି ।

ହର ଘର ତିରଙ୍ଗା କାର୍ଯ୍ୟକ୍ରମରେ ଦେଶର ସବୁ ବର୍ଗର ଲୋକେ ସାମିଲ ହେଉଥିବା କେବେ ଛତିଶଗଡ଼ରେ ସିଆରପିଏଫ ଯବାନମାନେ ବାଇକ୍ ରାଲି କରିଛନ୍ତି । ସେହିପରି ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରିଛନ୍ତି ଆଇଟିବିପିର ଯବାନମାନେ । ଜମ୍ମୁ କାଶ୍ମୀର ଲଦାଖ ଅଂଚଳରେ ଯବାନମାନେ ୧୮ ହଜାର ୪୦୦ ଫୁଟ ଉଚ୍ଚତାରେ ତ୍ରିରଙ୍ଗା ଉଡାଇଛନ୍ତି । ବଦ୍ରିନାଥ ଧାମରେ ମଧ୍ୟ ତ୍ରିରଙ୍ଗା ରାଲି କରାଯାଇଛି । ସାରା ଦେଶରେ ଦେଶଭକ୍ତିର ମାହୋଲ ଦେଖିବାକୁ ମିଳିଛି ।