ସଲମାନ ରୁସଦିଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ: ଗୋଟିଏ ଆଖି ହରାଇବା ସମ୍ଭାବନା

132

କନକ ବ୍ୟୁରୋ: ନ୍ୟୁୟର୍କରେ ବୁକର ପୁରସ୍କାର ବିଜେତା ତଥା ଭାରତରେ ଜନ୍ମିତ ଔପନାସିକ ସଲମାନଙ୍କ ରୁସଦିଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ସଲମାନ ରସ୍ଦିଙ୍କ ବହି ଏଜେଂଟ ଆଣ୍ଡ୍ର୍ୟୁ ୱାଲି କହିଛନ୍ତି, ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ ହାଇଛି । ଭେଂଟିଲେଟରରେ ଚିକିତ୍ସିତ ହେଉଥିବା ସଲମାନ ରୁସଦି କଥା କହି ପାରୁନାହାନ୍ତି । ଛୁରାମାଡରେ ତାଙ୍କର ଗୋଟିଏ ଲିଭର କ୍ଷତିଗ୍ରସ୍ତ ହୋଇଛି ଓ ରୁସଦି ଗୋଟିଏ ଆଖି ହରାଇ ପାରନ୍ତି ବୋଲି ସୂଚନା ମିଳିଛି ।

ପଶ୍ଚିମ ନ୍ୟୁୟର୍କରେ ଏକ ସଭାରେ ସଲମାନ ରସଦିଙ୍କୁ ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ସର୍ଜିରି କରିବା ପରେ ଏବେ ଭେଂଟିଲେଟରରେ ରଖି ଚିକିତ୍ସା କରାଯାଉଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି ।

ଶୁକ୍ରବାର ପଶ୍ଚିମ ନ୍ୟୁୟର୍କରେ ଆୟୋଜିତ ସଭାକୁ ରସିଦ ସମ୍ବୋଧନ କରିବାକୁ ଯିବା ବେଳେ ଆକ୍ରମଣ କରିଥିଲେ ଜଣେ ଯୁବକ । କେହି କିଛି ବୁଝିବା ପୂର୍ବରୁ ହଠାତ୍ ଜଣେ ୨୪ ବର୍ଷ ବୟସ୍କ ଯୁବକ ମଂଚକୁ ଡେଇଁ ସଲମାନ ରସଦିଙ୍କୁ ମୁଥ ପରେ ମୁଥ ମାରିଥିଲେ । ଏହାପରେ ଛୁରି ଧରି ରସଦିଙ୍କ ବେକ, ତଳିପେଟ ଓ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ନ୍ୟୁୟର୍କ ପୁଲିସ ସୂଚନା ଦେଇଛି । ଆକ୍ରମଣ ପରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ କାବୁ କରିନେଇଥିଲେ । ଅଭିଯୁକ୍ତ ଜଣକ ନ୍ୟୁଜର୍ସିର ହାଦି ମତାର ବୋଲି ଚିହ୍ନଟ କରାଯାଇଛି ।

କିଏ ଏହି ହାଦି ମତାର ?
ହାଦି ମତ୍ରା ଜଣେ ଶିୟା ସଂପ୍ରଦାୟର ମୁସଲିମ
ସେ ଇରାନର ସରକାରଙ୍କ ପ୍ରତି ସହାନୁଭୂତି ରଖିଥିଲା
ଯେଉଁ ଇରାନ ସଲମାନ ରସ୍ଦିଙ୍କ ହତ୍ୟା ପାଇଁ ପୁରସ୍କାର ଘୋଷଣା କରିଥିଲା
ହାଦି ମତାର ନିଜ ଫେସବୁକ ପ୍ରୋଫାଇଲରେ ଆୟାତୁଲ୍ଲା ଖେମିନୀଙ୍କ ଫଟୋ ରଖିଥିଲା
ଯେଉଁ ଆୟାତୁଲ୍ଲା ସଲମାନ ରସ୍ଦିଙ୍କ ବିରୋଧରେ ଫତୱା ଜାରି କରିଥିଲେ
ଇରାନ୍ ସମର୍ଥନରେ ହାଦି ମତାର ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା
ଶିହା ଚରମପନ୍ଥୀଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଲେଖା ଲେଖୁଥିଲା

ବିବାଦୀୟ କଥାବସ୍ତୁକୁ ନେଇ ଉପନ୍ୟାସ ଲେଖିଥିବା ସଲମାନ ରସଦିଙ୍କୁ ଏହା ପୂର୍ବରୁ ମଧ୍ୟ ହତ୍ୟା ପାଇଁ ଉଦ୍ୟମ ହୋଇଥିଲା । ‘ସୈନେଟିକ ୱର୍ସେଜ୍’ ଉପନ୍ୟାସରେ ଧର୍ମ ଓ ଇଶ୍ୱରଙ୍କୁ ନେଇ ଏଭଳି କାହାଣୀ ଲେଖିଥିଲେ ରସଦି ଯାହାକୁ ନେଇ ଜୋରଦାର ବିରୋଧ ହୋଇଥିଲା । ପ୍ରଥମେ ଏହି ଉପନ୍ୟାସ ଉପରେ ଭାରତ ଓ ପରେ ପାକିସ୍ତାନ ସମେତ ଅନ୍ୟ ଇସଲାମିକ୍ ଦେଶଗୁଡିକ ପ୍ରତିବନ୍ଧକ ଲଗାଇଥିଲେ । ଧର୍ମକୁ କଟାକ୍ଷ କରି ଉପନ୍ୟାସ ଲେଖିଥିବାରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।