ଜିଲ୍ଲାୱାରୀ ସମୀକ୍ଷା କ୍ରମରେ ଆଜି ସୋନପୁର ଓ ସମ୍ବଲପୁର ଜିଲ୍ଲାର ପଂଚାୟତ ପ୍ରତିନିଧିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ !

41

କନକ ବ୍ୟୁରୋ : ପଂଚାୟତ ଫଳାଫଳ ପରେ ଜିଲ୍ଲାୱାରୀ ସମୀକ୍ଷା କ୍ରମରେ ଆଜି ସୋନପୁର ଓ ସମ୍ବଲପୁର ଜିଲ୍ଲାର ପଂଚାୟତ ପ୍ରତିନିଧିମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ ଜିଲ୍ଲାର ଦଳୀୟ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚାୟତ ସ୍ତରରେ ବିଭିନ୍ନ ସମସ୍ୟା ଓ ସାଂଗଠନିକ କାର୍ଯ୍ୟ ସଂପର୍କରେ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ଏହି ଅବସରରେ ଏକାଠି କାମ କରିବାକୁ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ଏହା ସହ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ କହିଛନ୍ତି । ଜିଲ୍ଲାୱାରୀ ସମୀକ୍ଷା ବାବଦରେ ପ୍ରତିକ୍ରିୟା ଦେବା ସମୟରେ ସାଂସଦ ଭର୍ତୃହରି ମହତାବଙ୍କ ଲେଖା ସଂପର୍କରେ ଗଣମାଧ୍ୟମ ପ୍ରଶ୍ନର ଉତର ରଖି ବିଜେଡି ସୁପ୍ରିମୋ କହିଛନ୍ତି ଯେ ସେ ସେହି ଲେଖାକୁ ପଢିନାହାନ୍ତି ।