ଆସିଲା ଜେଇଇ ମେନ୍ ରେଜଲ୍ଟ ! ନିଜସ୍ୱ ୱେବସାଇଟରେ ଉପଲବ୍ଧ ହେବ ଫଳ

24

କନକ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଜେଇଇର ନିଜସ୍ୱ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି । ଇଂଜିନିୟରିଂ ପାଠ୍ୟକ୍ରମ ଲାଗି ଏହି ପ୍ରବେଶିକା ପରୀକ୍ଷା ହୋଇଥିଲା । ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଜେଇଇମେନ୍ ଡଟ୍ ଏନ୍ଆଇସି ଡଟ୍ ଇନରେ ଛାତ୍ରଛାତ୍ରୀଙ୍କ ଫଳାଫଳ ଉପଲବ୍ଧ ହେଉଛି । ଏଥର ସାରାଦେଶରୁ ୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡିଶାରୁ ୪୫ ହଜାର ୫ଶହ ପରୀକ୍ଷାର୍ଥୀ ଅଛନ୍ତି ।

ଗତ ଏପ୍ରିଲ ୨ରେ ଅଫଲାଇନ୍ ଏବଂ ୮ ଏବଂ ୯ ତାରିଖରେ ଅନଲାଇନ୍ ପରୀକ୍ଷା ହୋଇଥିଲା । ଓଡିଶାରୁ ୪୫ ହଜାର ୫ଶହ ପରୀକ୍ଷାର୍ଥୀ । ଜେଇଇ ମେନ୍ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ ଦେଶ ତଥା ରାଜ୍ୟର ବିଭିନ୍ନ ଇଂଜିନିୟରିଂ କଲେଜରେ ନାମ ଲେଖାଇବାକୁ ସୁଯୋଗ ପାଇବେ । ପ୍ରଥମ ୨ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଆଇଆଇଟିରେ ପଢିବା ଲାଗି ଜେଇଇ ଆଡଭାନ୍ସ ପରୀକ୍ଷା ଦେବାର ସୁଯୋଗ ପାଇବେ ।