ଦାଦନ ଖଟିବାକୁ ଯାଉଥିବା ବେଳେ ଯୁବତୀ ଓ ନାବାଳିକା ଉଦ୍ଧାର ! ନବରଙ୍ଗପୁରରୁ ତାମିଲନାଡୁ ହେଉଥିଲେ ଚାଲାଣ

28

କନକ ବ୍ୟୁରୋ : ଦାଦନ ଖଟିବାକୁ ଯାଉଥିବା ବେଳେ ଯୁବତୀ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ ।ଗତକାଲି ମଧ୍ୟରାତ୍ରୀରେ ନବରଙ୍ଗପୁରରୁ ବିଶାଖାପାଟଣା ଯାଉଥିବା ଏକ ସରକାରୀ ବସ୍ ଯୋଗେ ଯୁବତୀ ଚାଲାଣ ହେଉଥିବା ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସୂଚନା ଅନୁସାରେ ଏକ ଦଲାଲ ସହାୟତାରେ ନବରଙ୍ଗପୁରରୁ ତାମିଲନାଡୁ ଚାଲାଣ ହେଉଥିବାବେଳେ ଏମାନଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବା ଜଣାପଡିଛି ।

ଯୁବତୀ ମାନଙ୍କୁ ତାମିନାଡୁର ଏକ କମ୍ପାନୀକୁ ଚାଲାଣ କରାଯାଉଥିବା ଜଣାପଡିଛି । ତେବେ ଯୁବତୀ ମାନଙ୍କୁ ଶ୍ରମିକ ଭାବେ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଚାଲାଣ କରାଯାଇଥିଲା ତାହା ଜଣା ପଡିନାହିଁ । ତେଣୁ ପୋଲିସ ଯୁବତୀ ମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।ଏହାସହ ଏଥିରେ ସମ୍ପୃକ୍ତ ଦଲାଲକୁ ପୁଲିସ ଅଟକ ରଖିଛି । ତା ଛଡା ଏହି ଯୁବତୀଙ୍କ ନାମ ଜିଲ୍ଲା ପ୍ରଶାସନ ପାଖରେ ପଞ୍ଜୀକରଣ ହୋଇନଥିବା ବେଳେ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ କିପରି ବାହାରକୁ ଦାଦନ ଖଟିବାକୁ ଯାଉଥିଲେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।