ଜୋର ଧରିଲା ଚାଷୀଙ୍କ ହକର ଲଢେଇ : ମାର୍ଚ୍ଚ ୧୨ରୁ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନର ଅନିର୍ଦ୍ଧିଷ୍ଟ କାଳ ଧାରଣା ଚେତାବନୀ

19

କନକ ବ୍ୟୁରୋ : ମାର୍ଚ୍ଚ ୧୨ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାକୁ ଓହ୍ଲାଇବ ନବନିର୍ମାଣ କୃଷକ ସଂଗଠନ । ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ସୁରକ୍ଷା ଭତ୍ତା ଦାବିରେ ରାଜଧାନୀରେ ଧାରଣା ଦେବ ସଂଗଠନ । ଭୁବନେଶ୍ୱରରେ ଧାରଣା ଦେବା ସବ ସତ୍ୟାଗ୍ରହ କରାଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ସଂଗଠନ କରୁଥିବା ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି ।