ମୁମ୍ବାଇ ସମୁଦ୍ର ଉପକୂଳରେ ଜରୁରୀକାଳୀନ ଅବତରଣ କଲା ଭାରତୀୟ ନୌସେନାର ହେଲିକପ୍ଟର, ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହେଲେ ଚାଳକ ଦଳ

151

କନକ ବ୍ୟୁରୋ : ଭାରତୀୟ ନୌସେନାର ଏକ ହେଲିକପ୍ଟର ବୁଧବାର ଦିନ ମୁମ୍ବାଇ ସମୁଦ୍ର ଉପକୂଳରେ ଜରୁରୀ ଅବତରଣ କରିଛି । ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ହେଲିକପ୍ଟରରେ ଥିବା ୩ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଏହି ଆଧୁନିକ ଲାଇଟ୍ ହେଲିକପ୍ଟର (ଏଲଏଲଏଚ୍) ନିୟମିତ ଉଡାଣ ଭରି ସମୁଦ୍ର ତଟରେ ଅବତରଣ କରିଥିଲା । ହେଲେ ଏହା ଜରୁରୀ ଅବତରଣ କରୁଥିବା ଜାଣିବା ପରେ ନୌସେନା ପକ୍ଷରୁ ହେଲିକପ୍ଟରରେ ଥିବା ୩ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେପଟେ ଏହି ଘଟଣାର ଯାଂଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଭାରତୀୟ ନୌସେନାର ପ୍ରବକ୍ତାଙ୍କ କହିବା ମୁତାବକ ତକ୍ରାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବାରୁ ହେଲିକପ୍ଟରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି ।