ସିସୋଦିଆଙ୍କ ଗିରଫକୁ ବିରୋଧ କରି ଧ୍ୟାନରେ ବସିଲେ କେଜ୍ରିୱାଲ, ଦଳ କହିଲା କେନ୍ଦ୍ର ସରକାରର ଏହା ରାଜନୈତିକ ହତ୍ୟା

240

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସାରା ଦେଶ ପାଇଁ ପ୍ରାର୍ଥନା କରିଛନ୍ତି । ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲଗାତର ୭ ଘଣ୍ଟା ଧରି ସେ ଧ୍ୟାନରେ ବସିବା ଆରମ୍ଭ କରିଛନ୍ତି । ଦେଶର ଶୁଭ ମନାସୀ ସେ ଏଭଳି କରିଛନ୍ତି । ଏହାସହ ସେ ଧ୍ୟାନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେ କହିଛନ୍ତି କି ଯିଏ ସ୍କୁଲ ଓ ହସ୍ପିଟାଲ ନିର୍ମାଣ କରୁଛି ତାକୁ ପ୍ରଧାନମନ୍ତ୍ରୀ ଜେଲ ପଠାଉଛନ୍ତି । ହେଲେ ଯେଉଁମାନେ କୋଟି କୋଟି ଟଙ୍କା ଲୁଟିଛନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନିଜ ପାଖରେ ରଖୁଛନ୍ତି । ଦେଶର ଏଭଳି ସ୍ଥିତିକୁ ନେଇ କେଜ୍ରିୱାଲ ଚିନ୍ତା ପ୍ରକଟ କରିଛନ୍ତି ।

କେଜ୍ରିୱାଲ ମଙ୍ଗଳବାର ଦିନ କହିଥିଲେ କି ହୋଲି ଅବସରରେ ସେ ପୁରା ଦେଶ ପାଇଁ ପ୍ରାର୍ଥନା କରିବେ । ସେ ଦାବି କରିଥିଲେ କି ଦେଶପାଇଁ ଯିଏ ଭଲ କାମ କରୁଛି ସରକାର ତାଙ୍କୁ ଜେଲରେ ଭର୍ତ୍ତି କରୁଛନ୍ତି । ଡିଜିଟାଲ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧ୍ଚଚ୍ଛ କରି ସେ କହିଛନ୍ତି ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୬୫ ବର୍ଷଧରି ଅଣଦେଖା କରୁଥିଲେ ହେଲେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ କଠିନ ପରିଶ୍ରମ କରି ଗରିବମାନଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି ।

କେଜ୍ରିୱାଲ କ୍ୟାବିନେଟରେ ମନ୍ତ୍ରୀ ଥିବା ସୌରଭ ଭରଦ୍ୱାଜ କହିଛନ୍ତି କି ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଏବେ ସମସ୍ତଙ୍କ ସାମ୍ନାରେ ରହିଛି । ଏବେ ଏହି ଷଡଯନ୍ତ୍ର ଆମଦଳର ଶୀର୍ଷନେତାଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ପହଂଚିସାରିଛି ।