ଠକେଇ ଅଭିଯୋଗରେ ଗିରଫ ହେଲେ ପ୍ରମିଳାଙ୍କ ଭାଇ । ସମ୍ବଲପୁରରୁ ଉଠାଇନେଲା ମୁମ୍ବାଇ ଇଓଡବ୍ଲୁ, ପୂର୍ବରୁ ଚିଟଫଣ୍ଡ ମାମଲାରେ ଯାଇଥିଲେ ଜେଲ୍ ।

983

କନକ ବ୍ୟୁରୋ :  ଠକେଇ ଅଭିଯୋଗରେ ଗିରଫ ହେଲେ କ୍ଷୀରୋଦ ମଲ୍ଲିକ  । ଆର୍ଥିକ ଅନିୟମିତତା ଅଭିଯୋଗରେ କ୍ଷୀରୋଦଙ୍କୁ ସମ୍ବଲପୁରରୁ ଉଠାଇନେଲା ମୁମ୍ବାଇ ଇଓଡବ୍ଲୁ । କେବଳ କ୍ଷୀରୋଦ ନୁହଁନ୍ତି ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବ୍ୟାଙ୍କ ଲୋନରେ ଅନିୟମିତତା ଅଭିଯୋଗରେ ବାପା-ପୁଅଙ୍କୁ ଗିରଫ କରାଯାଇଛି ।

କ୍ଷୀରୋଦ ହେଉଛନ୍ତି ବିଜେଡି ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇ । ଏହାପୂର୍ବରୁ ମଧ୍ୟ ୨୦୧୪ ଅକ୍ଟୋବରରେ ଚିଟଫଣ୍ଡ ମାମଲାରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ନିଜ ଏନଜିଓ ବିଶ୍ୱ ମାଧ୍ୟମରେ କ୍ଷୀରୋଦ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ ହୋଇଥିଲେ ।