ବିଜେପି ଗୀତରେ ଗାନ୍ଧୀ-ମୋଦି: ଗାନ୍ଧୀଙ୍କ ପାଇଁ ନୂଆ ଗୀତ ଆଣିଲା ବିଜେପି । ଜାତିର ପିତାଙ୍କ ପ୍ରଶଂସା ସହ ଗୀତରେ ମୋଦିଙ୍କ ପ୍ରଚାର

617

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ସଜବାଜ ଆରମ୍ଭ କରିଛି ବିଜେପି । ୧୫ ଦିନ ବ୍ୟାପୀ ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳନ କରିବ ରାଜ୍ୟ ବିଜେପି । ଏଥିସହ ପଦଯାତ୍ରା କରି ଜନତାଙ୍କ ପାଖରେ ଗାନ୍ଧୀଙ୍କ ବାର୍ତ୍ତା ସହ ମୋଦିଙ୍କ ମନ୍ତ୍ର ପହଞ୍ଚାଇବ ବିଜେପି । ତେଣୁ ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇଛି ଗୀତ ଓ ପୋଷ୍ଟର ।

ବିଜେପି ପକ୍ଷରୁ ଜାରି କରାଯାଇଥିବା ଗୀତରେ ଦର୍ଶାଯାଇଛି ଯେ, ଗାନ୍ଧୀ ଦେଖିଥିବା ସ୍ୱପ୍ନକୁ ବାସ୍ତବିକ ରୂପ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରିଚାଲିଛନ୍ତି । ଗାନ୍ଧୀଙ୍କ ଅଧୁରା ସ୍ୱପ୍ନକୁ ମୋଦି ବାସ୍ତବ ରୂପ ଦେଉଛନ୍ତି ଆଉ ଆଗକୁ ଗାନ୍ଧୀଙ୍କ ଗୋଟି ଗୋଟି ସ୍ୱପ୍ନକୁ ସାକାର କରିବେ ବୋଲି ବିଜେପି ଦ୍ୱାରା ପ୍ରସ୍ତୁତ ଗୀତରେ କୁହାଯାଇଛି ।

ତେବେ କେବଳ ବିଜେପି ନୁହେଁ ବରଂ ବିଜେଡି ଓ କଂଗ୍ରେସ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଆସନ୍ତା କାଲି ସମଗ୍ର ଦେଶ ଜାତିର ଜନକଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ, କିଏ ଗାନ୍ଧୀନୀତିକୁ ଅନୁସରଣ କରୁଛି ତାହାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛ ପ୍ରତିଯୋଗୀତା ।