ଟ୍ରାକରୁ ତଳକୁ ଖସିଲା ପୁଡୁଚେରୀ ଏକ୍ସପ୍ରେସ୍ ଟ୍ରେନ୍ । ଏକ୍ସପ୍ରେସ ଟ୍ରେନର ୩ଟି ବଗି ତଳକୁ ଖସିଲା 

102

କନକ ବ୍ୟୁରୋ : ମୁମ୍ବାଇର ମାଟୁଙ୍ଗା ଓ ଦାଦର ଷ୍ଟେସନରେ ପୁଡୁଚେରୀ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ପୁଡୁଚେରୀ ଏକ୍ସପ୍ରେସର ତିନିଟି ବଗି । ଟ୍ରେନ୍ ଦୁର୍ଘଟଣା ଯୋଗୁ କାହାର କିଛି କ୍ଷତି ହୋଇନାହିଁ । ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଦୁର୍ଘଟଣା ପରେ ସେହି ଲାଇନ୍ରେ ଯାଉଥିବା ଟ୍ରେନ୍ ଚଳାଚଳ ବନ୍ଦ କରିଦିଆଯାଇଛି ।

ଘଟଣାସ୍ଥଳରେ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ପହିଂଚିଥିଲେ । ତୁରନ୍ତ ରେଳବାଇ ପକ୍ଷରୁ ମରାମତି କାମ ଆରମ୍ଭ କରାଯାଇଛି । ଅପରାହ୍ଣ ସୁଦ୍ଧା ମରାମତି କାମ ଶେଷ ହୋଇଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । କାହିଁକି ଟ୍ରେନ୍ ଲାଇନ୍ଚ୍ୟୁତ ହେଲା ସେନେଇ ତଦନ୍ତ କରାଯାଉଛି ।