ବକ୍ସ ଅଫିସରେ ଇତିହାସ ରଚିଲା ‘କେଜିଏଫ୍-୨’ । ଓଡିଶାରେ ବି ଜବରଦସ୍ତ ବ୍ୟବସାୟ ।

1,492
କନକ ବ୍ୟୁରୋ: ରିଲିଜ୍ ହୋଇଛି ବହୁ ପତୀକ୍ଷିତ ଫିଲ୍ମ ‘କେଜିଏଫ୍-୨’ । ଗୁରୁବାର ଫିଲ୍ମଟି ରିଲିଜ ହୋଇଥିବାବେଳେ ୫ଟି ଭାଷାରେ ହିନ୍ଦୀ, କନ୍ନଡ. ତାମିଲ. ତେଲୁଗୁ ଓ ମାଲାୟାଲାମ ଭାଷାରେ ରିଲିଜ୍ ହୋଇଛି । କେଜିଏଫ୍-୧ର ସସପେନ୍ସକୁ ନେଇ କେଜିଏଫ୍-୨ ଫିଲ୍ମ ଦେଖିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ ଉତ୍ସାହ ।ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ନୂଆ ରେକର୍ଡ କରିସାରିଛି ଏହି ଫିଲ୍ମ  ।
ତେବେ କେଜିଏଫ୍-୨ ବକ୍ସ ଅଫିସରେ ଜବରଦସ୍ତ ଶୁଭାରମ୍ଭ କରି ଇତିହାସ ରଚିଛି । ଫିଲ୍ମକୁ ସମୀକ୍ଷକ ଓ ଦର୍ଶକ ଭୂରି ଭୂରି ପ୍ରଶଂସା କିଛନ୍ତି । ଫିଲ୍ମଟି ପ୍ରଥମ ଦିନରେ ୫୩.୯୬ କୋଟି ଟଙ୍କା ବ୍ୟବସାୟ କରିଥିବା ଜଣାପଡିଛି । ଏହାସହ ପୁରା ଦେଶରେ ପ୍ରଥମ ଦିନରେ ଫିଲ୍ମଟି ପାଖାପାଖି ୧୫୦ କୋଟି ବ୍ୟବସାୟ କରି କୀର୍ତ୍ତିମାନ ସ୍ଥାପନ କରିଛି ।
ସେପଟେ ଭୁବନେଶ୍ୱରର ବିଭନ୍ନ ହଲରେ ମଧ୍ୟ ସମାନ ଚିତ୍ର ଦୃଶ୍ୟମାନ ହୋଇଛି । ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ଆୟ କରିଛି ଏହି ସିନେମା । ଭୁବନେଶ୍ୱରରେ ପ୍ରାୟ ହଲରେ କିଛି ପାଇଁ  ଟିକେଟ୍ ବୁକ୍ ହୋଇସାରିଛି  । ଏହି କ୍ରେଜକୁ ନେଇ ହଲଗୁଡିକ ହାଉସଫୁଲ ରହୁଛି ।