ରାସ୍ତା ଉପରେ ଜଳିଗଲା ଚଳନ୍ତା ହାଇୱା : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

104

କନକ ବ୍ୟୁରୋ : ରାସ୍ତା ଉପରେ ଜଳିଗଲା ଚଳନ୍ତା ହାଇୱା । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଉପରେ ଚଳନ୍ତା ହାଇୱା ଗାଡି ଜଳି ଯାଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ୱାରିଙ୍ଗ ସର୍ଟରୁ ହାଇୱା ଗାଡିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଗାଡିଟି ତାପଙ୍ଗରୁ ମେଟାଲ ଲୋଡ କରି ଭୁବନେଶ୍ୱର ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ନିଆଁ ଲାଗିଯାଇଥିଲା । ହାଇୱା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଗାଡିକୁ ନିଜ ହେପାଜତକୁ ନେଇଛି ।