ଜିମରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଅଶ୍ଳୀଳ ଭିଡିଓ ଦେଖାଇ କରୁଥିଲେ ବ୍ଲାକମେଲ; ଥାନାରେ ଏତଲା ପରେ ପୋଲିସର ତଦନ୍ତ

777

କନକ ବ୍ୟୁରୋ : କଟକ ସିଡିଏ ସେକ୍ଟର-୯ରେ ଥିବା ଏକ ଜିମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏ ନେଇ ଖୋଦ୍ ପୀଡିତା ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଯୁବତୀ କଟକର ସିଡିଏ ସେକ୍ଟର-୯ରେ ଥିବା ଜିମରେ ଗତବର୍ଷ ଜାନୁଆରୀରେ ଆଡମିସନ ନେଇଥିଲେ । ଏହାପରେ ସେଠାକାର ଜିମ ମାଲିକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ତେବେ ଗତବର୍ଷ ମାର୍ଚ ମାସରେ ମୃଦୁ ପାନୀୟରେ କିଛି ନିଶା ଦେଇ ଜିମ ମାଲିକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଏପରିକି ଚେତାପଶିବା ପରେ ସଂପୃକ୍ତ ମାଲିକ ସବୁ ମାନିଥିବା ଓ କାହାକୁ କିଛି ନକହିବାକୁ ଅନୁରୋଧ କରିଥିଲେ । ଦୁଷ୍କର୍ମ ସମୟରେ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଉଠାଇଥିଲେ ଓ ତାକୁ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଏପରିକି ଗତବର୍ଷ ଜୁନରେ ଉଭୟ ବୁଲିବାକୁ କାଶ୍ମୀର ବି ଯାଇଥିଲେ ।

ସମ୍ପର୍କ ରଖି ଜିମ ମାଲିକ ତାଙ୍କଠାରୁ ଟଙ୍କା ନେଇଥିବା ବି ଅଭିଯୋଗ ଆଣିଛନ୍ତି ଯୁବତୀ । ବିବାହର ପ୍ରତିଶ୍ରୃତି ଦେଇ ସେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏପରିକି ତାଙ୍କ ପରିବାର ଲୋକଙ୍କୁ ବି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି । ପୁଲିସର ଘଟଣାର ଛାନଭିନ ଆରମ୍ଭ କରିଛି ।