ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ମୋଦିଙ୍କ ମନ୍ତ୍ରୀମଣ୍ଡଳ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା

27

କନକ ବ୍ୟୁରୋ : ଖୁବ୍ ଶୀଘ୍ର କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ ହେଉଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ କେଉଁ ଭୂମିକାରେ ରହିବେ ଓଡ଼ିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ରହିବେ ନା’ ଓଡ଼ିଶାରେ ବିଜେପି ସଂଗଠନ ମଜବୁତ କରିବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା ।

ମୋଦିଙ୍କ ଟିମର ଜଣେ ଦକ୍ଷ ମନ୍ତ୍ରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ ବିଜେପିର ଚେହେରା ଭାବେ ଉପସ୍ଥାପିତ କରାଯାଉଥିବା ଚର୍ଚ୍ଚା ହେଉଛି ।ପଂଚାୟତ ନିର୍ବାଚନରେ ବିଜେପିର ସଫଳତା, ଏବଂ ବାରମ୍ବାର ୧୨୦ ଆସନର ସ୍ଲୋଗାନ୍, ଅମିତଶାହାଙ୍କ ଓଡ଼ିଶା ଟିମ୍ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଧର୍ମେନ୍ଦ୍ରଙ୍କୁ ସରକାରରେ ରଖିବା ବଦଳରେ ସଂଗଠନରେ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି

ହୁଏତ ୨୦୧୯ ନିର୍ବାଚନ ପୂର୍ବରୁ ଏନଡିଏର ଏହା ଶେଷ ମନ୍ତ୍ରୀମଣ୍ଡଳ ପରିବର୍ତନ । ତେଣୁ ନରେନ୍ଦ୍ର ମୋଦି ଭାବିଚିନ୍ତି ନିଷ୍ପତ୍ତି ନେବେ ବୋଲି କୁହାଯାଉଛି ।