କଟକ ଏସସିବି ମେଡିକାଲ୍ ଆଇସିୟୁରେ ପ୍ରଭାତ ବିଶ୍ୱାଳ ! ଶରୀରରେ ବିଭିନ୍ନ ପ୍ରକାର ଅସୁବିଧା ଥିବା କହିଲେ ଡାକ୍ତର

27

କନକ ବ୍ୟୁରୋ : ସିସୋର ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ହଠାତ ଅସୁସ୍ଥ ହୋଇପଡିଛନ୍ତି । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ ପ୍ରଭାତଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇ ଆଇସିୟୁରେ ଭର୍ତି କରାଯାଇଛି । କିନ୍ତୁ ହଠାତ କାହିଁକି ପ୍ରଭାତ ଏତେ ଅସୁସ୍ଥ ହୋଇପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ଡାକ୍ତର କହୁଛନ୍ତି, ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ଅସୁବିଧା ରହିଛି । ଏଥିପାଇଁ ଡାକ୍ତରଖାନାରେ ଏକ ବୋର୍ଡ ଗଠନ କରାଯାଇ ତାଙ୍କୁ ଚିକିତ୍ସା କରାଯିବ ।

ସିସୋର ମାଲିକ ପ୍ରଶାନ୍ତ ଦାସଙ୍କଠାରୁ ଜମି କିଣି ଟଙ୍କା ନଫେରାଇବା ଅଭିଯୋଗରେ ଗତ ୧୮ ତାରିଖରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ । ଆଉ ଏହି ଗିରଫଦାରୀ ପରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଅଭିଯୋଗ ଆସିଲା, ରାଜନୈତିକ ବିବାଦ କାରଣରୁ ସିବିଆଇ ବ୍ୟବହାର କରାଯାଇ ପ୍ରଭାତଙ୍କୁ ଗିରଫ କରାଗଲା । ସେପଟେ ଜାମିନ ବି ଖାରଜ ହୋଇଗଲା । ଆଉ ଏହା ପରେ ପରେ ଅସୁସ୍ଥ ହୋଇପଡିଲେ ପ୍ରଭାତ ।

କୁହାଯାଉଛି ପୂର୍ବରୁ ଅଂଟା ଅପରେସନ କାରଣରୁ ତାଙ୍କର ନର୍ଭ କପେଂରସନ ହୋଇଛି ଏବଂ ଏଥିପାଇଁ ନ୍ୟୁରୋ ସର୍ଜରୀ ଚିକିତ୍ସାର ଅବାଶ୍ୟକତା ରହିଛି ।