ସରିଲା ୨୩ ବର୍ଷର କ୍ରିକେଟ କ୍ୟାରିଅର, ଅବସର ଘୋଷଣା କଲେ ମହିଳା କ୍ରିକେଟ ଟିମର ଅଧିନାୟକ ମିଥାଲୀ ରାଜ

168

କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳୀ ମିତାଲି ରାଜ ଅର୍ନ୍ତଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି । ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି । ଦିନିକିଆ ମ୍ୟାଚରେ ସର୍ବାଧିକ ରନ ହାସଲ କରିବାର ଅନେକ ରେକର୍ଡ ମିତାଲି ନାଁରେ ରହିଛି । ସେ ଦେଶ ପାଇଁ ୨୩୨ଟି ମ୍ୟାଚ୍ ଖେଳି ୫୦.୬୮ ହାରରେ ୭୮୦୯ ରନ କରିଛନ୍ତି ।

ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲୀ ରାଜ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବୁଧବାର ଟୁଇଟ କରି ଏହି ଘୋଷଣା କରିବା ମିତାଲି ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସବୁ ଫରମାଟରୁ ଅବସର ଘୋଷଣା କରିଛନ୍ତି । ନିଜର ୨୩ବର୍ଷର କ୍ରିକେଟ ଯାତ୍ରା ଶେଷ ହେଉଥିବା ଘୋଷଣା କରିବା ପରେ ମିତାଲିଙ୍କ ପ୍ରଶଂସକ ନିରାଶ ହୋଇଛନ୍ତି । ଟୁଇଟରେ ଏକ ଲମ୍ବା ବାର୍ତାରେ ମିତାଲି ଲେଖିଛନ୍ତି ନିଜର ୨୩ବର୍ଷର କ୍ରିକେଟ ଯାତ୍ରାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେତେବେଳେ ପଡିଆକୁ ଓହ୍ଲାଉଥିଲେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିଲେ । ଅଧିନାୟକ ପଦ ସେ ଛାଡିବା ପରେ ଅନେକ ଯୁବ ପ୍ରତିଭାଙ୍କୁ ମୌକା ମିଳିବ । ବିସିସିଆଇ ଓ ଦଳକୁ ଧନ୍ୟବାଦ ।

ମିତାଲି ରାଜ ନିଜ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ନିଜ ନାଁରେ କରିଛନ୍ିି । ସବୁଠୁ ଅଧିକ ରନ କରିଥିବା ମହିଳା କ୍ରିକେଟର ହେଉଛନ୍ତି ମିତାଲି । ଏଥିସହ ଅଧିନାୟକ ଭାବେ ସବୁଠୁ ଦୀର୍ଘ ଦିନ ଧରି ଦାୟିତ୍ୱ ସମ୍ଭାଳିଛନ୍ତି ।
ମିତାଲିଙ୍କ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଭାଙ୍ଗି ପାରି ନାହାଁନ୍ତି । ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଉଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ରାଜ ଭାରତର କମାଣ ସମ୍ଭାଳିଥିଲେ ।—ଭୁବନେଶ୍ୱରରୁ କଳିଙ୍ଗଶ୍ରୀ ପଣ୍ଡାଙ୍କ ରିପୋର୍ଟ କନକ ନ୍ୟୁଜ୍