କାଳୀ ପୋଷ୍ଟର ବିବାଦ ମଧ୍ୟରେ ମହୁଆଙ୍କ ମତକୁ ନେଇ ମୁହଁ ଖୋଲିଲେ ମମତା । କହିଲେ ଏହା ସାଂସଦଙ୍କର ବ୍ୟକ୍ତିଗତ ମତାମତ । ସଜାଡିହେବ ମଣିଷର ସ୍ୱଭାବ

101

କନକ ବ୍ୟୁରୋ: ଦେଶରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି । ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଟାର୍ଗେଟ କିଲିଂ ଘଟଣାକୁ ଦେଶରେ ଉତ୍ତେଜନା, ହିଂସାର ମାହୋଲ ସୃ୍ଷ୍ଟି କରିଛି । ଏବେ ନିଆଁରେ ଘିଅ ଡାଳିଛି ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦୀୟ ବୟାନ । ଦେବୀ କାଳୀଙ୍କ ପୋଷ୍ଟର ଉପରେ ମହୁଆ ରଖିଥିବା ବୟାନକୁ ନେଇ ଆରମ୍ଭ ହୋଇଥିବା ବିବାଦ କ୍ରମଶ ଉଗ୍ର ରୂପ ନେଲାଣି । ଗୋଟେ ପଟେ ବୟାନକୁ ବିରୋଧ କରାଯାଉଥିବାବେଳେ ଅନ୍ୟପଟେ କିନ୍ତୁ ନିଜ ବୟାନକୁ ନେଇ ଅଟଳ ଅଛନ୍ତି ମହୁଆ । ସେ କହିଛନ୍ତି ତାଙ୍କ ବୟାନ ଧର୍ମବିରୋଧୀ ନଥିଲା ବଂର ବିଜେପି ବିଚାରଧାରା ବିରୋଧରେ ସତ ବୟାନ ଅଟେ ।

  • ଉଗ୍ର ହେଉଛି ମା କାଳୀଙ୍କ ପୋଷ୍ଟର ବିବାଦ
  • ବିଜେପିର ବିକ୍ଷୋଭ ଓ ପ୍ରତିବାଦ ଜାରି

ଫିଲ୍ମ କାଳୀର ପୋଷ୍ଟରକୁ ନେଇ ଆରମ୍ଭ ହୋଇଥିବା ବିବାଦ ବର୍ତ୍ତମାନ କେବଳ ଫିଲ୍ମ ଇଣ୍ଡଷ୍ଟ୍ରି କି ଏହାର କଳାକାରଙ୍କ ମଧ୍ୟରେ ସୀମିତ ହୋଇ ରହିନି । ପୋଷ୍ଟର ଉପରେ ଯେବେଠୁ ଟିଏମସି ସାଂସଦ ମହୁଆ ମୋଇତ୍ରା ବିବାଦୀୟ ବୟାନ ଦେଇଛନ୍ତି, ସେବେଠୁ ଏହା ବଡ ରାଜନୈତିକ ତର୍କ ଓ ପ୍ରସଙ୍ଗ ପାଲଟିଛି । ମହୁଆଙ୍କ ବୟାନକୁ କେବଳ ହିନ୍ଦୁ ସଂଗଠନ ବିରୋଧ କରୁନାହାଁନ୍ତି ବଂର ବିଜେପି ମଧ୍ୟ ପ୍ରତିବାଦ କରୁଛି ବିଧାନସଭା ଠୁ ନେଇ ରାସ୍ତା ଏବେ ସବୁଠି ମହୁଆ ମୋଇତ୍ରାଙ୍କୁ ବିରୋଧରେ ଶୁଭୁଛି ନାରାବାଜୀ, ପୋଡା ଯାଉଛି ଫଟୋ ଓ କୁଶପୁତ୍ତଳିକା । ଏଥିସହ ତାଙ୍କ କ୍ଷମା ପ୍ରାର୍ଥନା ଓ ଗିରଫ ଦାବି କରି ପଶ୍ଚିମବଙ୍ଗ ସହ ବିଭିନ୍ନ ସ୍ଥାନରେ ବିଜେପି କରୁଛି ବିରୋଧ ପ୍ରଦର୍ଶନ ।

  • ଟିଏମସି ସାଂଦଙ୍କ ନାଁରେ ଏଫଆଇଆର ରୁଜୁ
  • କିନ୍ତୁ ଜିଦରେ ଅଟଳ ମହୁଆ, ମୁହଁ ଖୋଲିଲେ ମମତା

ଦଳର ସାଂସଦଙ୍କ ଏଭଳି ବୟାନ ଦେବା ପରେ ଟିଏମସି ମଧ୍ୟ ବେଶ ସଜାଗ ରହିଛି । ଦଳ ବାରମ୍ବାର ନିଜ ପକ୍ଷ ରଖି କହୁଛି ଏହା ଏକ ବ୍ୟକ୍ତିଗତ ବିଚାର ଥିଲା, ସେଥିରେ ଦଳର କୌଣସି ସର୍ମ୍ପକ ନାହିଁ । ତେବେ ଦଳର ମୁଖିଆ ମମତା ବାର୍ନଜୀ ବିବାଦକୁ ଘନଉଥିବା ଦେଖି ସର୍ତକତା ସହ ପ୍ରତିକ୍ରିୟା ରଖିଛନ୍ତି । ମମତା କହିଛନ୍ତି, ବେଳେ ବେଳେ ଆମେ ସକରାତ୍ମକ ଖବରକୁ ଭୂଲି ନକରାତ୍ମକ ଖବରକୁ ନେଇ ବିବାଦ ସୃଷ୍ଟି କରିବାକୁ ଜୋର ଦେଉ । ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟୁଛି ଅଥତ ଗଣମାଧ୍ୟମ ଏହା ଉପରେ ନଜର ଦେବା ପରିବର୍ତ୍ତେ ବିବାଦ ସୃଷ୍ଟିକାରୀ ବୟାନକୁ ପ୍ରାଧାନ୍ୟ ଦେଉଛି । ଭୂଲ କରିବା ମଣିଷର ସ୍ୱଭାବ କିନ୍ତୁ ଏହାକୁ ସଜଡ଼ାଯାଇପାରିବ ।

ସେପଟ ମହୁଆ ନୂଆ ଟୁଇଟ କରି ପୁଣି ଥରେ ବିଜେପି ଉପରେ ବର୍ଷିଛନ୍ତି । ମହୁଆ କହିଛନ୍ତି, ମୁଁ ଏଭଳି ଭାରତରେ ରହିବାକୁ ଚାହେଁନି ଯେଉଁଠି ହିନ୍ଦୁ ଧର୍ମକୁ ନେଇ ବିଜେପିର ଏକଛତ୍ରବାଦୀ ପିତୃକୈନ୍ଦ୍ରିକ ବାହ୍ମଣବାଦୀ ଦୃଷ୍ଟିକୋଣ ନୀତି ଥିବ ଓ ଏହାର ଆମର ଅନ୍ୟାନ୍ୟ ଧର୍ମକୁ ଅତିକ୍ରମ କରୁଥିବ । ମୁଁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପିର ବିଚାର ବିରୋଧରେ ଲଢେଇ ଜାରି ରଖିବି । ବିଜେପି ଯେତେ ଇଚ୍ଛା ସେତେ ଏଫଆଇଆର କରୁ । ଦେଶର ପ୍ରତ୍ୟେକ କୋର୍ଟରେ ମୁଁ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ।

ଡକ୍ୟୁମେଣ୍ଟାରୀ ଫିଲ୍ମ କାଳୀର ପୋଷ୍ଟରରେ ଦେବୀ କାଳୀଙ୍କୁ ବିବାଦୀୟ ଢଙ୍ଗରେ ଚିତ୍ରଣ କରାଯିବା ପରେ ପ୍ରଥମେ ନିର୍ମାତା ସମାଲୋଚନାର ଶିକାର ହୋଇଥିଲେ । ପରେ ମହୁଆ ମୋଇତ୍ରା ତାଙ୍କୁ ସମର୍ଥନ ଜଣାଇ କହିଥିଲେ କି ଯିଏ ମଦିରା ଓ ଧ୍ରୁମପାନ କରେ ତାଙ୍କ ପାଇଁ ସେ ହେଉଛନ୍ତି ଦେବୀ କାଳୀ । ଟିଏମସି ସାଂସଦଙ୍କ ଏହି ବୟାନକୁ ନେଇ ବିବାଦର ଝଡ ଧିରେ ଧିରେ ଉଗ୍ର ରୂପ ଧାରଣ କରୁଛି ।