ବିବାଦୀୟ ଲେଖା ପରେ ବି ନବୀନଙ୍କ ସହ ବୈଠକରେ ସାମିଲ ହେଲେ ବୈଜୟନ୍ତ ! ବିଜେଡିରୁ ପୁରୁଣା ନେତାଙ୍କ ବାହାରକୁ ନେଇ ଆଶଙ୍କାରେ ବୈଜୟନ୍ତ

28

କନକ ବ୍ୟୁରୋ: ମାଲକାନଗିରି ଓ କେନ୍ଦ୍ରାପଡା ସହ ସରିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ପଂଚାୟତ ସମୀକ୍ଷା । ଶେଷ ଦିନର ଆକର୍ଷଣ ଥିଲେ ସାଂସଦ ବୈଜୟନ୍ତ ପଣ୍ଡା ଓ ବିଧାୟକ ଅତନୁ ସବ୍ୟସାଚୀ । ଏମାନଙ୍କ ମଧ୍ୟରେ ଜିଲ୍ଲା ରାଜନୀତିର ତିକ୍ତତା ନେଇ ସବୁ ସମୟରେ ଚର୍ଚ୍ଚା । ପାଖାପାଖି ବସି ଏମାନେ ପଂଚାୟତ ପ୍ରତିନିଧିଙ୍କ କଥା ଶୁଣୁଥିବା ସହ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ ଆଲୋକପାତ କରୁଥିଲେ ।

ଏପରିକି କିଛି ଦିନରୁ ବୈଜୟନ୍ତ ବିଜେଡିର ପରିଚାଳନାକୁ ଟାର୍ଗେଟ କରି ଅନେକ ଲେଖା ମଧ୍ୟ ପ୍ରକାଶ କରୁଛନ୍ତି । ପଂଚାୟତ ନିର୍ବାଚନ ପରେ ସମୀକ୍ଷା ପାଇଁ ମଧ୍ୟ ନବୀନଙ୍କ ଆହ୍ୱାନ ଦେଇଥିଲେ ବୈଜୟନ୍ତ । ବୈଜୟନ୍ତଙ୍କ ଆଚରଣକୁ ନେଇ କେନ୍ଦ୍ରପଡା ବିଜେଡି ସଂଗଠନରେ ତାଙ୍କ ଅବଦାନ ସଂପର୍କରେ ପାଲଟା ପ୍ରଶ୍ନ କରିଥିଲା ଦଳ । ତେବେ ବୈଜୟନ୍ତ ଏହି ସମୀକ୍ଷା ଉପରେ ସନ୍ତୋଷ ପ୍ରକାଶ କରିବା ସହ ଦଳୀୟ ଷଡଯନ୍ତ୍ର କଥା ନେଇ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –

ସେପଟେ ଦିଲ୍ଲୀ ଯିବାକୁ ସଜବାଜ ହେଉଛନ୍ତି କଂଗ୍ରେସ ନେତା । ଆସନ୍ତା ୮ ତାରିଖରେ ଦିଲ୍ଲୀରେ ବୈଠକ ଡାକିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି । ଯେଉଁଥିରେ ରାଜ୍ୟ କଂଗ୍ରେସର ୨୦ ରୁ ଅଧିକ ନେତା ସାମିଲ ହେବେ । ପ୍ରଥମେ ବିଧାୟକଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧି । ପରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ଏଥିରେ ପିସିସି ସଭାପତି ପରିବର୍ତନ ନେଇ ନିଷ୍ପତି ହୋଇପାରେ ।

ଦେଖନ୍ତୁ ଏହି ଭିଡିଓ –