ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ଏମ୍ସରେ ଭର୍ତ୍ତି ।

160

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେନେଇ ଯାଂଚ ଚାଲିଛି । ତେବେ ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ ଦେଶର ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି ।

ଗତ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଏପରିକି ମୁମ୍ବାଇକୁ ପାର୍ କରି ଦିଲ୍ଲୀ ଏବେ ସଂକ୍ରମଣ ଚେନରେ ଆଗକୁ ବଢୁଛି । ଏହାରି ଭିତରେ ଦିଲ୍ଲୀରେ ରହୁଥିବା ଅନେକ ଭିଭିଆଇପି ନେତା ଓ ମନ୍ତ୍ରୀ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ତେବେ ଆଜି ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପଜିଟିଭ୍ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଦେଶର କୋଭିଡ୍ ସ୍ଥିତି ନେଇ ମନମୋହନ ସିଂ ପ୍୍ରଧାନମନ୍ତ୍ରୀଙ୍କୁ କିଛି ଉପଦେଶ ଦେଇଥିଲେ । ଯେଉଁଥିରେ ଦେଶ କିପରି କୋଭିଡ୍ ସହ ମୁକାବିଲା କରିବ ସେନେଇ ମନ୍ତ୍ରୀ ଦେଇଥିଲେ । ହେଲେ ସେ ଆଜି ନିଜେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।