ସ୍ତ୍ରୀକୁ ଏକତରଫା ପ୍ରେମ କରି ସ୍ୱାମୀଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସ୍ତ୍ରୀକୁ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ଯୁବକକୁ ତାଗିଦ୍ କରିଥିଲେ ସ୍ୱାମୀ ।

1,386

କନକ ବ୍ୟୁରୋ: ସ୍ତ୍ରୀକୁ ଏକତରଫା ପ୍ରେମ କରି ସ୍ୱାମୀଙ୍କୁ ଦୁର୍ବୃତ ହତ୍ୟା କରିଥିବା ଅଭିଯୋଗ । ସ୍ତ୍ରୀକୁ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ଖୋର୍ଦ୍ଧା ବନମାଳିପୁରରେ ଯୁବକକୁ ତାଗିଦ କରିଥିଲେ ସ୍ୱାମୀ ଅକ୍ଷୟ ମାଝୀ । ରାଗ ରଖି ଅକ୍ଷୟଙ୍କୁ ଦିଲୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମହଲା ସାହିର ବାସିନ୍ଦା ଅକ୍ଷୟ ମାଝୀ ନାମକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ପୂର୍ବରୁ ସ୍ଥାନୀୟ ଗାଁର ଦିଲୁ ନାମକ ଯୁବକ ଅକ୍ଷୟଙ୍କ ପତ୍ନୀଙ୍କୁ ବାରମ୍ବାର ମୋବାଇଲରେ ଅଶ୍ଳୀଳ ମେସେଜ୍ ପଠାଇଥିଲେ । ଏହାକୁ ବିରୋଧ କରିଥିଲେ ଅକ୍ଷୟ । ପରେ ଅକ୍ଷୟ ଏବଂ ଦିଲୁ ବାଲକାଟୀ ଫାଣ୍ଡି ଅଞ୍ଚଳରେ ହାତାହାତି ମଧ୍ୟ ହୋଇଥିଲେ । ଏକ ପାଖିଆ ପ୍ରେମ ଆକ୍ରମଣର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରୁଛି ।