ବୌଦ୍ଧ ବିଡାମାସ୍କା ଜଙ୍ଗଲରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । ଫେରାର ଅଭିଯୁକ୍ତକୁ ଖୋଜୁଛି ପୁଲିସ । ସେପଟେ ରାଉରକେଲାରୁ ବିପୁଳ ନକଲି ବିଦେଶୀ ମଦ ଜବତ ।

136

କନକ ବ୍ୟୁରୋ: ବୌଦ୍ଧ ପୁଲିସକୁ ସଫଳତା । ଡିମିରିଖୋଲ ବିଡାମାସ୍କା ଜଙ୍ଗଲରୁ ୧୫ ଶହ ୬୦ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଯାହାର ଆନୂମାନିକ ମୂଲ୍ୟ କୋଟିଏ ୫୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛନ୍ତି । ତେବେ କାରବାରରେ ସମ୍ପୃକ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫୋରର ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଥିବା କହିଛନ୍ତି ବୌଦ୍ଧ ଏସିପି । ଏସପିଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ଚଢାଉକୁ ସଫଳତା ମିଳିଛି । ବିଡାମାସ୍କା ଜଙ୍ଗଲରେ ବାହାରକୁ ଚାଲାଣ ପାଇଁ ଗଞ୍ଜେଇକୁ ବସ୍ତାରେ ପୁରାଇ ରଖାଯାଇଥିବା ବେଳେ ପୁଲିସ ଚଢାଉ କରି ଗଞ୍ଜେଇ ଜବତ କରିଥିଲା ।

ସେହିପରି ନକଲି ମଦ କାରବାରର ପର୍ଦାଫାସ କଲା ଅବକାରୀ ବିଭାଗ । ୭୨ ଲିଟିର ବିଦେଶୀ ମଦ ସହ ୩ ଜଣଙ୍କୁ ଗିରଫ କରିଛି ରାଉରକେଲା ଅବକାରୀ ପୁଲିସ । କାରବାରରେ ନିୟୋଜିତ ଏକ ଅଟୋ ଏବଂ ଗୋଟିଏ ବାଇକକୁ ମଧ୍ୟ ପୁଲିସ ଜବତ କରିଛି । ତେବେ ଏ ମଦ କିପରି ତିଆରି ହେଉଥିଲା ଏବଂ କେଉଁଠିକୁ ଚାଲାଣ କରାଯାଉଥିଲା ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।