ମାଲ୍ୟବନ୍ତ ମହୋତ୍ସବ ୨୦୧୭ ଉଦଯାପିତ ! ଦେଖଣାହାରୀଙ୍କ ମନମୋହିଲା ବି.ଏସ.ଏଫ ଯବାନଙ୍କ ଭାଙ୍ଗଡା ନୃତ୍ୟ

64

କନକ ବ୍ୟୁରୋ : ଉଦଯାପିତ ହୋଇଛି ମାଲକାନଗିରି ଜିଲ୍ଲାରେ ଧୁମ୍ ମଚେଇ ଥିବା ଗଣ ପର୍ବ–ମାଲ୍ୟବନ୍ତ ମହୋତ୍ସବ ୨୦୧୭ । ମହୋତ୍ସବର ଶେଷ ସଂଧ୍ୟାର ମୁକ୍ତାକାଶ ରଙ୍ଗମଂଚରେ ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା ଘଂଚ ଜଙ୍ଗଲରେ ମାଓବାଦୀଙ୍କ ସହ ଲଢେଇ କରୁଥିବା ବି.ଏସ.ଏଫ ଯବାନଙ୍କ ଭାଙ୍ଗଡା ନୃତ୍ୟ । ଲୋକଙ୍କ ସୁରକ୍ଷା ଉପରେ କଡା ନଜର ରଖୁଥିବା ଯବାନ ଲୋକଙ୍କ ମନୋରଂଜନ ପାଇଁ ମଂଚରେ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ବର୍ଡରରେ ଯବାନଙ୍କ ଜୀବନ ଶୈଳୀକୁ ନୃତ୍ୟ ମାଧ୍ୟମରେ ପରିବେଷିିତ କରିଥିଲେ ବ୍ରହ୍ମପୁର ହରି ହର ଡାନ୍ସ ଗ୍ରୁପର କଳାକାର ମାନେ ।

ଯହା ଉପସ୍ଥିତ ଜନତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ସେହିପରି କୋଲିକତା ନ୍ରୀତିକା କ୍ରୀଏଟିଭ ଗ୍ରୁପର ଫ୍ୟୁଜନ ଡାନ୍ସ, ହଂସ ବାହିନୀ କଲ୍ୟାଣମ୍ ଗ୍ରୁପର ପାରମ୍ପାରିକ ବଙ୍ଗୀୟ ନୃତ୍ୟ, ମହାରଷ୍ଟ୍ରରୁ ଆସିଥିବା କଳାକାରଙ୍କ ଲାବଣି ନୃତ୍ୟ, ଆନ୍ଧ୍ରପ୍ରଦେଶର ତାପେଟାଗୁଲୁ ନାଚ, କେରଳର କାଲାରିପାୟଟୁ ନୃତ୍ୟ ଥିଲା ତୃତୀୟ ତଥା ଅନ୍ତିମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ । ସନ୍ଧ୍ୟାର ଶେଷ ଭାଗରେ ଦେଖିବାକୁ ମିଳିଥିଲା ମାଲକାନଗିରି ଜିଲ୍ଲା ବାଲିମେଳାର କୁନି କୁନି ଓଡିଶୀ ନୃତ୍ୟଶିଳ୍ପୀଙ୍କ ଶିବ ବନ୍ଦନା । ଯାହା ଅତି ଉଚ୍ଚକୋଟିର ଥିଲା ।