ଇଲେକଟ୍ରିକ ଗାଡି ବୁକିଙ୍ଗ କଲେ ମିଳିବ ୧୦୦% କ୍ୟାସବ୍ୟାକ ! ଜାଣନ୍ତୁ କେଉଁ କମ୍ପାନି ଦେଉଛି ଏହି ଅଫର
ଇଲେକଟ୍ରିକ ଗାଡି ଚଳାଚଳ ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଇଲେକଟ୍ରିକ ଗାଡିର ଗୁରୁତ୍ୱକୁ ଲକ୍ଷ୍ୟ କରି ଅଟୋମୋବାଇଲ ଇ କର୍ମସ କମ୍ପାନି ଡ୍ରୁମ ଏକ ନୂଆ ଅଫର ଘୋଷଣା କରିଛି । ଇଲେକଟ୍ରିକ ଗାଡି କିଣିବାକୁ ଲୋକଙ୍କୁ ପୋତ୍ସାହିତ କରିବା ପାଇଁ ଡ୍ରୁମ କମ୍ପାନି ନୂଆ ବୁକିଙ୍ଗ ଉପରେ ଶହେ ପ୍ରତିଶତ କ୍ୟାସବ୍ୟାକ ଅଫରର ଘୋଷଣା କରିଛି ଡ୍ରୁମ କମ୍ପାନ । ଏଥିପାଇଁ ମହିନ୍ଦ୍ରା ଓ ହିରୋ ଭଳି କମ୍ପାନି ସହ ହାତ ମିଳାଇଛି ଡ୍ରୁମ କମ୍ପାନି । ଏହି ସବୁ କମ୍ପାନି ଏବେ ଭାରତରେ ଇଲେକଟ୍ରିକ ଗାଡି ନିର୍ମାଣ କ୍ଷେତ୍ରରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଡ୍ରୁମର ସଂସ୍ଥାପକ ତଥା ସିଇଓ ସନ୍ଦୀପ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଭାରତ ସରକାର ଏବେ ଇଲେକଟ୍ରିକ ଗାଡି ଉପରେ ଅଧିକ ଜୋର ଦେଉଛନ୍ତି । ଏପରିକି ଏହି ଗାଡି କିଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି । ବାୟୁ ପ୍ରଦୂଷଣକୁ ରୋକିବା କ୍ଷେତ୍ରରେ ଏହି ଗାଡି ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଖୁବ କମ ଦିନରେ ଏହା ବେଶ ଲୋକପ୍ରିୟ ହୋଇପାରିଛି । ତେଣୁ ଏହି ଗାଡି ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନି ଆକର୍ଷଣୀୟ ଅଫର ଦେଉଛି ।ଅନଲାଇନ ସାଇଟ ଡ୍ରୁମରେ ୨୦ ହଜାରରୁ ୪୨ ହଜାର ଟଙ୍କା ମୂଲ୍ୟର ଇଲେକଟ୍ରିକ ସ୍କୁଟର ମିଳୁଥିବା ବେଳେ ୮ ଲକ୍ଷରୁ ୧୩ ଲକ୍ଷ ଟଙ୍କା ମୂଲ୍ୟର କାର ମଧ୍ୟ ଉପଲବ୍ଧ ରହିଛି ।
ଏବେ ଇଲେକଟ୍ରିକ କାର ଉପରେ ଅଧିକ ଗୁରୁତ୍ୱ ଦେଉଛି ମହିନ୍ଦ୍ରା କମ୍ପାନି । ଘରୋଇ ମାର୍କେଟରେ ଭଲ କାର ବ୍ୟବସାୟ କରୁଥିବା ମହିନ୍ଦ୍ରା ଏବେ ଜୋରସୋରରେ ଇଲେକଟ୍ରିକ କାର ନିର୍ମାଣ କ୍ଷେତ୍ରରେ ଲାଗିଛି । ଆଗାମୀ ଦିନରେ ଇଲେକଟ୍ରିକ ଗାଡିର ଚାହିଦାକୁ ଦୃଷ୍ଟିରେୂ ରଖି ଏହା ଉପରେ ଅଧିକ ଫୋକସ କରୁଛି ମହିନ୍ଦ୍ରା କମ୍ପାନି ।