ମହାରାଷ୍ଟ୍ରରେ ଭୟଙ୍କର ହେଉଛି କରୋନା ସ୍ଥିତି : ଗୋଟିଏ ଦିନରେ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ସେପ୍ଟେମ୍ବର ମାସ ପରେ ସର୍ବାଧିକ ; ଚିନ୍ତାର କାରଣ କହିଲା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ

127

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଭୟଙ୍କର ହେଉଛି କରୋନା ସ୍ଥିତି । ବୁଧବାର ଗୋଟିଏ ଦିନରେ ୨୩ ହଜାର ୧୭୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ କେବଳ ମୁମ୍ବାଇରେ ୨ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏଥିସହ ରାଜ୍ୟରେ ଗୋଟିଏ ଦିନରେ ୮୪ ଜଣଙ୍କର ମୃତ୍ୟୁ ହୋଇଛି । ସେପ୍ଟେମ୍ବର ମାସ ପରେ ଏହା ସର୍ବାଧିକ ସଂକ୍ରମଣ ।

ସେପ୍ଟେମ୍ବର ୧୧ରେ ସର୍ବାଧିକ ୨୪ ହଜାର ୮୮୬ ଜଣ ସଂକ୍ରମିତ ହୋଇଥିଲେ । ସେପ୍ଟେମ୍ବର ୧୭ରେ ୨୪ ହଜାର ୬୧୯ , ସେପ୍ଟେମ୍ବର ୯ରେ ୨୩ ହଜାର ୮୧୬, ସେପ୍ଟେମ୍ବର ୬ରେ ୨୩ ହଜାର ୩୫୦ ଓ ସେପ୍ଟେମ୍ବର ୧୦ରେ ୨୩ ହଜାର ୪୪୬ ଜଣ ସଂକ୍ରମିତ ହୋଇଥିଲେ । ମହାରାଷ୍ଟ୍ରରେ ବଢ଼ୁଥିବା ଏହି ସଂକ୍ରମଣ ଚିନ୍ତାର କାରଣ ହୋଇଛି ।