୫ ଦିନ ହେଲା ଅଚଳ ରହିଛି ବିଧାନସଭା : ସର୍ବଦଳୀୟ ବୈଠକରେ ବି ବାହାରି ପାରୁନି ନିଷ୍କର୍ଷ

ଆଜି ଚାଲିବ ନା ପୁଣି ଦେଖିବାକୁ ମିଳିବ ହଟ୍ଟଗୋଳ, ତା ଉପରେ ନଜର

69

କନକ ବ୍ୟୁରୋ : ୫ ଦିନ ହେଲା ଚାଲିପାରୁନି ଗୃହ । ମଣ୍ଡି ପ୍ରସଙ୍ଗ ଓ ବିଧାୟକଙ୍କ ସାନିଟାଇଜର ପିିଇବାକୁ ନେଇ ହଙ୍ଗମା ଜାରି ରହିଛି । ମଣ୍ଡିରୁ ଧାନ ଉଠାଇବାକୁ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବାବେଳେ ସାନିଟାଇଜର ପିଇବା ଘଟଣାରେ ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଅଡି ବସିଛି ଶାସକ ଦଳ । କେବଳ ବିଧାନସଭା ଭିତରେ ନୁହେଁ, ଗତକାଲି ବାହାରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ସେପଟେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ । ଶାସକ ଓ ବିରୋଧୀ ନିଜ ନିଜ ଜିଦରେ ଅଟଳ ରହିଛନ୍ତି ପ୍ରଥମେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ ଦାବି କରିଛନ୍ତି । ବାଚସ୍ପତି କହିଛନ୍ତି, ସବୁଦଳ କିଛି କିଛି ପରାମର୍ଶ ଦେଇଛନ୍ତି । ଆଜି ପୁଣି ସର୍ବଦଳୀୟ ବୈଠକ ବସି ଆଲୋଚନା ହେବ । ହେଲେ, ଆଜି ବିଧାନସଭା ସ୍ୱାଭାବିକ ହେଉଛି, ନା ଗତ ପାଂଚ ଦିନ ଭଳି ଗୃହରେ ହୋହାଲ୍ଲା ଲାଗି ରହୁଛି, ତା ଉପରେ ସାରା ରାଜ୍ୟର ନଜର ରହିଛି ।