ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ : ମହାରାଷ୍ଟ୍ର ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏଁ ହେବ ସଂପୂର୍ଣ୍ଣ ଲକଡାଉନ୍

ଜରୁରୀ କାମନଥିଲେ କେହି ଘରୁ ବାହାରିବା ମନା, ଦୋକାନ ବଜାର ବନ୍ଦ; ଖୋଲା ରହିବ ଅତିଆବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନ

298

କନକ ବ୍ୟୁରୋ : ମହାରାଷ୍ଟ୍ରରେ ପୁଣି ଫେରୁଛି ତାଲାବନ୍ଦ । ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ନାଗପୁରରେ ସଂପୂଣ୍ଣ ତାଲାବନ୍ଦ ଲଗାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ମାର୍ଚ୍ଚ ୨୧ ତାରିଖ ଯାଏଁ ସଂପୂର୍ଣ୍ଣ ଲକଡାଉନ୍ ହେବ । ଏହି ସମୟରେ କୌଣସି ଲୋକ ଘର ବାହାରିପାରିବେ ନାହିଁ । କେବଳ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । ପୂବ ର୍ରୁ କରୋନା ସଂକ୍ରମଣ ମାମଲା ବଢୁଥିବାରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ନାଇଟ କର୍ଫ୍ୟୁ ଜାରି ହୋଇଥିଲା । ହେଲେ ଗତକାଲି ନାଗପୁରରେ ୧୭୧୦ ନୂଆ ମାମଲା ଚିହ୍ନଟ ହେବା ପରେ ସତର୍କ ହୋଇଛି ନାଗପୁର ମହାନଗର ନିଗମ ।