କନକ ବ୍ୟୁରୋ : ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଜି ଓଡିଶାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ଶିମିଳିପାଳରେ କାହିଁକି ନିଆଁ ଲାଗିଲା, ଏହାର କାରଣ ଅନୁଧ୍ୟାନ କରିବା ସହ ଏହାର ନିରାକରଣ ପାଇଁ କ'ଣ ସବୁ ପଦକ୍ଷେପ ନେବା ଆବଶ୍ୟକ ସେନେଇ ରିପୋର୍ଟ ଦେବ ଏହି ଟିମ ।

Advertisment

ଓଡିଶା ଆସିଥିବା କେନ୍ଦ୍ରୀୟ ଟିମରେ ଅଛନ୍ତି ନ୍ୟାସନାଲ ଟାଇଗର କନଜରର୍ଭେସନ ଅଥରିଟି ଆଇଜି ଅମିତ ମଲିକ ସଦସ୍ୟ । ରାଜ୍ୟ ବନବିଭାଗ ପକ୍ଷରୁ ଅମିତ ମଲିକଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । କେନ୍ଦ୍ରୀୟ ଟିମର ଅନ୍ୟଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ରହିଛନ୍ତି । ତେବେ ଅନ୍ୟ ସଦସ୍ୟ ଆର. ପି. ଚୌଧୁରୀ ଓଡିଶା ଆସିନାହାନ୍ତି । କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲିକ ଓ ସୁବ୍ରତ ପାତ୍ର ଶିମିଳିପାଳ ଯାଇ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ରିପୋର୍ଟ ଦେବେ ।