ପିପିଲିରେ ଉପ-ନିର୍ବାଚନ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା : ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ପିପିଲି ବିଧାନସଭା ଆସନ

87

କନକ ବ୍ୟୁରୋ : ଖାଲି ପଡ଼ିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପ୍ରସଙ୍ଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଗତ ଅକ୍ଟୋବର ୪ ତାରିଖରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିବା ବେଳେ କାହିଁକି ନିର୍ବାଚନ ପାଇଁ ତାରିଖ ଘୋଷଣା ହେଉନି ବୋଲି ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ।

ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ମଧ୍ୟ ସମାନ ଢ଼ଙ୍ଗରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିଳମ୍ବ ହୋଇଥିଲା ବୋଲି ଆବେଦନକାରୀ ମାମଲାରେ ଲେଖିଛନ୍ତି । ତେବେ ତୁରନ୍ତ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବାକୁୁ ନିର୍ବାଚନ କମିଶନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ମାମଲାରେ ନିର୍ବାଚନ କମିଶନ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପକ୍ଷଭୁତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଛନ୍ତି ।