ମାୟାବତୀଙ୍କୁ ଘାରିଲା ବୈଠକରୁ ଡାଟା ଲିକ୍ ହେବାର ଭୟ ! ବୈଠକରେ ଭାଗ ନେବା ପାଇଁ ନେତା ଓହ୍ଲାଇଲେ ଜୋତା,ଚପଲ ଏବଂ ତାବିଜ୍ ।

119

ଲୋକସଭା ନିର୍ବାଚନ ୨୦୧୯ ର ଫଳାଫଳ ପରେ ବିଏସପି ପ୍ରମୁଖ ମାୟାବତୀ ଚଳିତ ମାସରେ ଦ୍ୱିତୀୟଥର ପାଇଁ ପାର୍ଟି ନେତାଙ୍କ ସହ ମିଶୁଛନ୍ତି । ଏଭଳି ମନେ କରାଯାଉଛି ଯେ ମାୟାବତୀ ପାର୍ଟିରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ଏହି ବୈଠକକୁ ନେଇ ଏବେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି ।

ଲକ୍ଷ୍ନୌରେ ରବିବାରକୁ ହୋଇଥିବା ବୈଠକରେ ପାର୍ଟିର ସାଧାରଣ କାର୍ଯ୍ୟକର୍ତ୍ତାରୁ ନେଇ ସାଂସଦ ପର୍ଯ୍ୟନ୍ତ ମିଟିଙ୍ଗ୍ କୁ ଯିବା ପୂର୍ବରୁ ସମସ୍ତେ ମୋବାଇଲ୍ ,ବ୍ୟାଗ ଏମିତିକି ଗାଡିର ଚାବି ମଧ୍ୟ ବାହାରେ ଜମା କରିବାକୁ ଆଦେଶ ରହିିଛି । କିନ୍ତୁ ଅଧିକ ସେତେବେଳେ ହେଲା ଯେତେବେଳେ ମହିଳାଙ୍କ ଗହଣା ଏବଂ ପୁରୁଷଙ୍କ ଜୋତା,ଚପଲ ଏବଂ ତାବିଜ୍ କୁ ମଧ୍ୟ ବାହାର କରିବାକୁ କୁହାଗଲା । ବିଏସପି ସୂତ୍ର ମୁତାବକ ନିର୍ବାଚନ ପରେ ରଣନୀତିକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରାଯିବ ଏବଂ ଏହାକୁ ସାର୍ବଜନୀନ ନ କରିବା ପାଇଁ ଖାସ୍ ଧ୍ୟାନ ରଖାଯାଉଛି । ଏହି ବୈଠକ ମାୟାବତୀଙ୍କ ଲକ୍ଷ୍ନୌ ସ୍ଥିତ ଆବାସରେ ଆୟୋଜନ ହେବାକୁ ଯାଉଛି ।

ବୈଠକରେ ସବୁ ଜିଲ୍ଲାର ପଦାଧିକାରୀ ପହଁଚି ସାରିଛନ୍ତି । ଏଭଳି କୁହାଯାଉଛି ଯେ ଏହି ବୈଠକରେ ନେତାଙ୍କ ଘଡି ଠାରୁ ଆରମ୍ଭ କରି ଜୋତା ,ଗହଣା ପର୍ଯ୍ୟନ୍ତ ସବୁକୁ କାଉଣ୍ଟରରେ ରଖି ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।