କ୍ରିକେଟ୍ ବିଶ୍ୱକପ: ଲର୍ଡ୍ସରେ ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ଟକ୍କର, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକ୍ ।

75

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ୍ ୨୦୧୯: ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ନମ୍ବର ୩୦ରେ ଟସ୍ ଜିତିଲା ପାକିସ୍ତାନ । ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ । ତେବେ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲରେ ୮ ନମ୍ବର ସ୍ଥାନରେ ରହିଥିବାବେଳେ ପାକିସ୍ତାନ ୯ ନମ୍ବର ସ୍ଥାନରେ ରହିଛି । ତେବେ ଉଭୟ ଦଳକୁ ସେମିଫାଇନାଲ୍ ଟିକେଟ୍ ପାଇଁ ଏବେଠାରୁ ପ୍ରତ୍ୟେ ମ୍ୟାଚ ଜିତିବାକୁ ପଡ଼ିବ । ତେଣୁ ଅଜାିର ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରହିଛି ।

ପାକିସ୍ତାନ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିଥିବାବେଳେ ୩ଟି ମ୍ୟାଚ୍ ପରାଜୟ ହୋଇଥିବାବେଳେ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା । ଫଳରେ ପାକ୍ ୩ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ସେହିଭଳି ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍ ଖେଳିଥିବାବେଳେ ୪ଟି ପରାଜୟ ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ୍ ହେବା କାରଣରୁ ଦଳ ୩ ପଏଣ୍ଟ ହାସଲ କରିଛି । ଏବଂ ପଏଣ୍ଟ ଟେବୁଲର ୮ ନମ୍ବର ସ୍ଥାନରେ ରହିଛି । ତେବେ ଆଜି ଲର୍ଡ୍ସରେ ଖେଳାଯାଉଥିବା ମ୍ୟାଚ୍ ଅଧିକ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି ।