ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା । ସୁନା ଚୁଡ଼ି ପାଇଁ କାଟିଲେ ମହିଳାଙ୍କ ବେକ । ଅଳ୍ପକେ ବର୍ତ୍ତିଗଲେ ନୟାପଲ୍ଲୀ ଭିଆଇପି ରୋଡର ମହିଳା ।

220

ସ୍ଥାନ- ଭିଆଇପି ରୋଡ, ନୟାପଲ୍ଲୀ, ଭୁବନେଶ୍ୱର 

ତାରିଖ- ୩୧ ମେ’ ୨୦୨୧             

ସମୟ- ସକାଳ ୬ଟା ୩୦

ସକାଳୁ ସକାଳୁ ଜଣେ ମହିଳା ମର୍ଣ୍ଣିଂ ୱାକରେ ବାହାରିଥିଲେ । ସେହି ସମୟରେ ହଠାତ୍ ଜଣେ ଯୁବକ ସାମ୍ନାକୁ ଆସିଗଲା । ସେମାନଙ୍କ ଭିତରେ କଣ କଥାବାର୍ତା ହେଲା ଜଣାପଡିନଥିଲା କିନ୍ତୁ ଯୁବକ ଜଣକ କିଛି ମାଗୁଛି ଏବଂ ମହିଳାଜଣକ ଯୁବକଙ୍କୁ ଡରିଯାଉନାହାନ୍ତି ।  ଏହାପରେ ସିସିଟିଭିରେ ଦେଖାଯାଇଛି ଏହି ଯୁବକ ଜଣେ ଦୁର୍ବୃତ ଏବଂ ପଛ ପକେଟରୁ ଛୁରା ବାହାରକରି ମହିଳାଜଣକର ବେକରେ ମାରିଦେଉଛି ଆଉ ଏହାପରେ ଦୌଡିପଳାଉଛି ।

ପୁଣି କିଛି ସମୟପରେ ବୋଧହୁଏ ଆକ୍ରମଣ କରିବା ପାଇଁ ପୁଣି ଆସୁଛି ଏବଂ ଯେତେେବେଳେ ଦେଖୁଛି ମହିଳାଜଣକ ରାସ୍ତା ଉପରକୁ ଯାଇ, ଲୋକଙ୍କ ସାହାଯ୍ୟ ମାଗୁଛନ୍ତି, ଦୁର୍ବୃତ୍ତଜଣକ ପୁଣି ଦୌଡି ପଳାଉଛି । ଅବଶ୍ୟ ଛୁରା ସେତେ ଜୋରରେ ମରାଯାଇନାହିଁ । ଫଳରେ ମହିଳାଜଣକ ବଞ୍ଚିଯାଇଛନ୍ତି ।

ରାଜଧାନୀର ରାସ୍ତାଉପରେ ସକାଳ ସାଢେ୬ଟାର ଏଭଳି ଘଟଣା ବିହାର କିମ୍ବା ୟୁପିର ଭଳି ଲାଗୁଛି, ଯେଉଁଠି ଆତଙ୍କ ରାଜ କରେ ଏବଂ ଦୁର୍ବୃତ୍ତମାନେ ବିନା ଦ୍ୱିଧାରେ ସାଧାରଣଲୋକଙ୍କୁ ଆକ୍ରମଣ କରନ୍ତି , ଜିନିଷପତ୍ର ଛଡାଇନିଅନ୍ତି, ଆଉ ତା ପରେ ଦୌଡିପଳାନ୍ତି, ଆଉ ଧରା ବି ପଡନ୍ତି ନାହିଁ । ଠିକ ଏହିଭଳି କିଛି ଖବର ଆସିଥିଲା ନୟାପଲ୍ଲୀ ଭିଆଇପି ରୋଡ ଅଞ୍ଚଳରୁ । ତେବେ ମହିଳାଜଣକ ବର୍ତ୍ତମାନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସେ ସୁସ୍ଥ ଥିବା ଜଣାପଡିଛି ।

ତେବେ ଏହି ଘଟଣା ଗୋଟିଏ ଘଟଣା ନୁହେଁ । ରାଜଧାନୀ ଭୁବନେଶ୍ୱରରେ ଏହି ଚୋର ଲୁଟେରାମାନେ କମିଶନରେଟ ପୁଲିସକୁ ଚ୍ୟାଲେଞ୍ଜ କରି ଆତଙ୍କରାଜ ଚଳାଇଛନ୍ତି । ସକାଳୁ ଯଦି କାହାକୁ ଏକୁଟିଆ ପାଇଲେ ତେବେ ଲୁଟ କରିଦେବେ କିମ୍ବା ଛୁରୀ ମାରିଦେବେ । କମିଶନରେଟ ପୁଲିସ ଏହି ଘଟଣାକୁ ଗୋଟିଏ ଘଟଣା ବୋଲି ବିଚାର କରିବା ଉଚିତ ନୁହେଁ  । ଏହା ବର୍ତମାନ ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ହୋଇ ସାମ୍ନାକୁ ଆସିଛି ।