ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଜୁନ୍ ୨୪ରେ ଭକ୍ତଶୂନ୍ୟ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ହେଉଛି ଶ୍ରୀମନ୍ଦିର ପ୍ରଶାସନ ।

218

କନକ ବ୍ୟୁରୋ: ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୨୪ ତାରିଖରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ମୁଖ୍ୟ ପ୍ରଶାସନ, ପୁରୀ ଜିଲ୍ଲାପାଳ, ଏସପି ଓ ସେବାୟତ ପ୍ରତିନିଧିଙ୍କୁ ନେଇ ଭର୍ଚୁଆଲ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ ।

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା କରିବା ନେଇ ନିଷ୍ପତି ପରେ ରଥଯାତ୍ରାରେ ଏଭଳି କଟକଣା କରାଯିବା ନେଇ ମଧ୍ୟ ସମ୍ଭାବନା ରହିଛି ବୋଲି କୁହାଯାଉଛି । ସେପଟେ ରଥଖଳାରେ ଅଖ ଅନୁକୂଳ ହୋଇଛି  ଏବଂ ଭଲ ଖବର ହେଉଛି  ରଥଖଳା ବର୍ତମାନ ସଂପୂର୍ଣ୍ଣ କୋଭିଡ ସଂକ୍ରମଣ ମୁକ୍ତ ରହିଛି ।