ଅଲ୍ପନ ବନ୍ଦୋପାଧ୍ୟାୟ ମାମଲା : ୬୦ ଘଂଟାର କଠୋର ଚେଷ୍ଟା ପରେ କଳ୍ପନା ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ଆଣିବା ଯୋଜନା ଫେଲ ହେବା ପରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । କରିବକି ଚାର୍ଜସିଟ୍ ଦାଖଲ !

414

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରଣାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଚାଲିଥିବା ବିବାଦ ଏକପକ୍ଷେ ନିର୍ଣ୍ଣାୟକ ରୂପ ନେଇଛି । ରାଜ୍ୟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ପଠାଇବାକୁ ମନା କରିବା ପରେ ପୁଣି କଠୋର ପଦକ୍ଷେପ ନେଇଛନ୍ତି ମମତା ବାନାର୍ଜୀ । ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ଅବସର ଦେଇ କେନ୍ଦ୍ରକୁ ଫଶାଇ ଦେଇଛନ୍ତି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଏବେ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛନ୍ତି ।

କୁହାଯାଉଛି କି, ଅଲ୍ପନଙ୍କୁ ଚାର୍ଜସିଟ୍ ଦିଆଯିବ । ଅବସର ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ । ସୂତ୍ରାନୁସାରେ କାର୍ମିକ ଓ ପ୍ରଶୀକ୍ଷଣ ବିଭାଗ (ଡିଓପିଟି) ରିପୋର୍ଟ କରିବାରେ ଅବହେଳା କରିଥିବା ଯୋଗୁଁ ଅଳ୍ପନଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ । କହିରଖୁ କି କେନ୍ଦ୍ର ସରକାର ମେ ୨୮ ତାରିଖରେ ଅଳ୍ପନଙ୍କୁ ଦିଲ୍ଲୀ ଜଏନ କରିବାକୁ ନୋଟିସ କରିଥିଲା । ଠିକ୍ ସେହିଦିନ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବିଳମ୍ବରେ ଯୋଗଦେବା ବିବାଦ ବି ଉପୁଜିଥିଲା । ହେଲେ ଅଳ୍ପନ ସୋମବାର ସକାଳ ୧୦ ଟାରେ ଏନେଇ ଡିଓପିଟି ପାଖରେ ରିପୋର୍ଟ କରିବାର ଥିବା ବେଳେ ଏପର୍ଯ୍ୟନ୍ତ କରି ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇ ପାରିବ ବୋଲି କୁହାଯାଇଛି ।

ଅନ୍ୟପଟେ ଅଳ୍ପନଙ୍କୁ କେନ୍ଦ୍ରର ନୋଟିସ ପରେ ମମତା ବାନାର୍ଜୀ ବି କେନ୍ଦ୍ରକୁ ଚିଠି ଲେଖିଥିଲେ । ସେ କହିଥିଲେ କି ମେ ୨୪ ତାରିଖ ଦିନ ଯେଉଁ କେନ୍ଦ୍ର ସରକାର ମୋ ଅନୁରୋଧରେ ଯେଉଁ ଅଳ୍ପନଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧିକଲେ ସେହି କେନ୍ଦ୍ର ସରକାର ମେ ୨୮ ତାରିଖରେ ତାଙ୍କୁ ଦିଲ୍ଲୀ ଜଏନ କରିବାକୁ ନୋଟିସ କରିବା ଏକ ରାଜନୈତିକ ଅଭିସନ୍ଧି ।

Comments are closed.