ନୟାଗଡରେ ବୋମାମାଡ ପରେ ଲୁଟ୍ ! ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୩ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

32

କନକ ବ୍ୟୁରୋ: ନୟାଗଡରେ ବୋମାମାଡ କରି ୩ ଲକ୍ଷରୁ ଅଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ । କଂଟିଲୋ ବାଣପୁର ନିକଟରେ ପିକଅପ୍ ଭ୍ୟାନ ଉପରକୁ ବୋମାମାଡ କରି ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ଅଭିଯୋଗ । ବୋମାମାଡରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ତାଙ୍କୁ ପ୍ରଥମେ ନୟାଗଡ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଭୁବନେଶ୍ୱର ଝାରପଡା ମୁସଲିମ ବସ୍ତିର ଦୁଇଜଣ ଛେଳି ବ୍ୟବସାୟୀ ୟୁସୁବ ଖାନ ଓ ମିର୍ଜାମୁଦ୍ଦିନ ଖାନ ବୋଲି ଜଣାପଡିଛି । ଏହି ବ୍ୟବସାୟୀମାନେ ଏକ ପିକଅପ ଭ୍ୟାନ ଯୋଗେ ଛେଳି କିଣିବା ପାଇଁ ଗଣିଆ ଦଶିପୁର ହାଟକୁ ଯାଉଥିଲେ । ବାଣପୁର ନିକଟରେ ୭-୮ ଜଣ ଦୁର୍ବୃତ୍ତ ପ୍ରଥମେ ପିକଅପ୍ ଭ୍ୟାନ ଉପରକୁ ବୋମାମାଡ କରିଥିଲେ । ପରେ ମାରଣାସ୍ତ୍ରରେ ଆକ୍ରମଣ କରି ୟୁସୁବ ଓ ମିର୍ଜାମୁଦ୍ଦିନଙ୍କ ପାଖରେ ଥିବା ଟଙ୍କା ଲୁଟ୍ କରି ନେଇଥିଲେ ।