ଚାନ୍ଦବାଲି ତହସିଲରେ ମହିଳା କିରାଣୀଙ୍କୁ ବଡବାବୁଙ୍କ ନିର୍ଯାତନା ଅଭିଯୋଗ : ଅଶ୍ଲୀଳ ଇଙ୍ଗିତ ସହ ଚପଲରେ ମାରିବାକୁ ଉଦ୍ୟମ

43

କନକ ବ୍ୟୁରୋ : ମହିଳା କନିଷ୍ଠ କିରାଣୀଙ୍କୁ ମୁଖ୍ୟ କିରାଣୀଙ୍କ ଦୁର୍ବ୍ୟବହାର ଓ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ । କିରାଣୀ ଭାବେ କାର୍ଯ୍ୟରତ କାରଗିଲ ସହିଦଙ୍କ ବିଧବା ପତ୍ନୀଙ୍କୁ ମୁଖ୍ୟ କିରାଣୀ ଖଗେନ୍ଦ୍ର ମଡେଇ ମଦ୍ୟପାନ କରି ଅଶ୍ଳୀଳ ଇଙ୍ଗିତ କରିଥିବା ସେ ଅଭିଯୋଗ କରିଛନ୍ତି । ମହିଳା କିରାଣୀ ଏହାର ପ୍ରତିବାଦ କରିବାରୁ ମୁଖ୍ୟ କିରାଣୀ ତାଙ୍କୁ ଚପଲରେ ମାଡ ମାରିବାକୁ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ମହିଳା କିରାଣୀ । ଏନେଇ ମହିଳା କିରାଣୀ ଚାନ୍ଦବାଲି ଥାନାରେ ଏତଲା ଦେଇଛନ୍ତି । ସେପଟେ ଏହି ଘଟଣା ମିଥ୍ୟା ବୋଲି ସଫେଇ ଦେଇଛନ୍ତି ଅଭିଯୁକ୍ତ ଖଗେନ୍ଦ୍ର ମଡେଇ ।