ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ । ଦିଲ୍ଲୀ ଏମସ୍ ରେ କରାଗଲା ଭର୍ତ୍ତି ।

63

କନକ ବ୍ୟୁରୋ : ଲୋକସଭା ବାଚସ୍ପତି ଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ଏହା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏମସ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କ ସଂପର୍କରେ ଆସିଥିବା ଲୋକମାନଙ୍କୁ ତୁରନ୍ତ ପରୀକ୍ଷା କରାଇନେବା ପାଇଁ ସେ କହିଛନ୍ତି ।

ସୂଚନା ମୁତାବକ କିଛିଦିନ ହେବ ଓମ୍ ବିର୍ଲାଙ୍କ ଦେହ ଅସୁସ୍ଥ ରହୁଥିଲା । ଯେତେବେଳେ ତାଙ୍କର କୋଭିଡ୍ ଟେଷ୍ଟ କରାଗଲା ସେତେବେଳେ ସେ ପଜିଟିଭ୍ ଥିବା କଥା ଜଣାପଡିଥିଲା । ତୁରନ୍ତ ତାଙ୍କୁ ଏମସ୍ ରେ ଭର୍ତ୍ତି କରାଯାଇଛି । ସେଠାରେ ବରିଷ୍ଠ ଡାକ୍ତର ମାନେ ତାଙ୍କର ଚିକିତ୍ସା କରୁଥିବା କଥା ଜଣାପଡିଛି ।

କହିରଖୁ କି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଆଦିତ୍ୟ ଠାକରେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ମହାରାଷ୍ଟ୍ରରେ ଦିନକୁ ଦିନ ପୁଣି ସଂକ୍ରମିତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ହେବ ମହାରାଷ୍ଟ୍ରରେ ଦୈନିକ ପାଖା ପାଖି ୨୫ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।