ରାଜ୍ୟରୁ ଆଉ ୯୮ କୋଭିଡ୍ ପଜିଟିଭ୍ ଚିହ୍ନଟ । ସଂଗରୋଧରୁ ୫୮, ସ୍ଥାନୀୟ ସଂକ୍ରମିତ ୪୦ ।

127

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ଜଣ କୋଭିଡ୍ ପଜିଟିଭ୍ । ସେମାନଙ୍କ ଭିତରୁ ୫୮ ଜଣ ସଂଗରୋଧରେ ଚିହ୍ନଟ ହୋଇଥିବାବେଳେ ବାକି ୪୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ତେବେ ଗତ ଦୁଇ ଦିନ ଧରି ରାଜ୍ୟରୁ ଦୈନିକ ସଂକ୍ରମଣ ଶହେ ଉପରେ ରହୁଥିବାବେଳେ ଆଜି ଏହି ଧାରାରେ ପରିବର୍ତ୍ତନ ଆସିବା ସହିତ ସଂକ୍ରମଣ ଶହେ ତଳକୁ ଖସିଛି ।

ଗତ ୨୪ ଘଂଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୪, ବାଲେଶ୍ୱରରୁ ୪, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗିରରୁ ୭, କଟକରୁ ୯, ଦେବଗଡରୁ ୨, ଯାଜପୁରରୁ ୩, ଝାରସୁଗୁଡାରୁ ୩, କନ୍ଧମାଳ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାସହ କୋରାପୁଟରୁ ୩ ଜଣ, ମୟୂରଭଞ୍ଜରୁ ୮, ନବରଙ୍ଗପୁର ୨, ନୂଆପଡାରୁ ୩, ପୁରୀରୁ ୫, ରାୟଗଡାରୁ ୩, ସମ୍ବଲପୁର ୨, ସୋନପୁରରୁ ୨, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟ୍ ପୁଲରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୮୧୭କୁ ବୃଦ୍ଧି ପାଇଛି । ସେମାନଙ୍କ ଭିତରୁ ୩,୩୬, ୦୬୬ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୭୭୯ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।